logo
add image
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରଘୁରାଜପୁର ଓ କୋଣାର୍କ ଗ୍ରସ୍ଥ

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରଘୁରାଜପୁର ଓ କୋଣାର୍କ ଗ୍ରସ୍ଥ

କୋଣାର୍କ/ପୁରୀ/୧୮/୧/୨୦୨୫/ ( ଆଧାର ମିଡ଼ିଆ )ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତ୍ନମ ଆଜି ପୁରୀ ଜିଲ୍ଲାର କଳାଗ୍ରାମ ରଘୁରାଜପୁର ଓ ସୂର୍ଯ୍ୟ ମନ୍ଦିର କୋଣାର୍କ ପରିଦର୍ଶନ କରିଛନ୍ତି।ସକାଳ ୯ ଘଟିକାରେ ରାଷ୍ଟ୍ରପତି ରଘୁରାଜପୁରରେ  ସସ୍ତ୍ରୀକ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ ପି ବିନୀତ ଅଗ୍ରୱାଲ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ।ପାରମ୍ପରିକ ଲୋକକଳା ଓ ଗୋଟିପୁଅ ନୃତ୍ୟ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା।ପରେ କଳାଗ୍ରାମକୁ ରାଷ୍ଟ୍ରପତି ପରିଦର୍ଶନ କରିବା ସହ ପଟ୍ଟଚିତ୍ର ଶିଳ୍ପୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ଏତେ ସୁନ୍ଦର କାରୁକାର୍ଯ୍ୟ ଦେଖି ସେ ଖୁବ ଖୁସିବ୍ୟକ୍ତ କରିଥିଲେ।ରାଷ୍ଟ୍ରପତି ଦମ୍ପତି ଲକ୍ଷାଧିକ ଟଙ୍କାର ପଟ୍ଟଚିତ୍ର କ୍ରୟ କରିଥିଲେ।ରଘୁରାଜପୁର ଗ୍ରାମ, ପ୍ରଦର୍ଶନୀ ସ୍ଥଳ, ଅଙ୍ଗନବାଡ଼ି କେନ୍ଦ୍ର ଓ ଆରୋଗ୍ୟ ମନ୍ଦିରକୁ ରାଷ୍ଟ୍ରପତି ପରିଦର୍ଶନ କରିଥିଲେ।
ପରେ ରାଷ୍ଟ୍ରପତି କୋଣାର୍କରେ ପହଞ୍ଚିବା ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସମେତ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର, ରାଧାକୃଷ୍ଣ ଶର୍ମା, ଆଇଜି ଅନୂପ କୁମାର ସାହୁ, ଡିଆଇଜି ଅଖିଳେଶ୍ବର ସିଂ, ଜିଲ୍ଲାପାଳ ଓ ଏସ ପି ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ଆଇଓସିଏଲର ଇଣ୍ଟରପ୍ରିଟେସନ କେନ୍ଦ୍ର ପ୍ରଥମେ ପରିଦର୍ଶନ କରି ରାଷ୍ଟ୍ରପତି ସୂର୍ଯ୍ୟ ମନ୍ଦିର ଦେଖି ଆନନ୍ଦ ପ୍ରକାଶ କରିଥିଲେ।ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ର ପ୍ରତିନିଧି ଓ ଗାଇଡ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।ରାଷ୍ଟ୍ରପତି ସନ୍ମୁଗରତ୍ନମ ଆଗ୍ରହର ସହ ସେ ସବୁଶୁଣି ବିଭିନ୍ନ ଜିଜ୍ଞାସା କରିଥିଲେ ଓ ସ୍ପଷ୍ଟୀକରଣ ପାଇଥିଲେ।ପରେ ପରେ ରାଷ୍ଟ୍ରପତି ଦମ୍ପତି ଓ ସିଙ୍ଗାପୁରରୁ ଆସିଥିବା ପ୍ରତିନିଧି ମଣ୍ଡଳୀ କୋଣାର୍କ ମନ୍ଦିର ପରିଦର୍ଶନ ଓ ପରିକ୍ରମଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ପୁରୀ ସଦର ବିଡ଼ିଓ ସମ୍ବିତ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଗୋପ ବିଡ଼ିଓ ତଥା କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଛବିରାଣୀ ସାହୁ,କାକଟପୁର ବିଡ଼ିଓ ବିଷ୍ଣୁ ଗୋବିନ୍ଦ, ଗୋପ ତହସିଲଦାର ଅନିଲ କୁମାର ମହାନ୍ତି,ଲୋକ ସମ୍ପର୍କ ଅଧିକାରୀ ଅମ୍ଲାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top