ନୂଆଦିଲ୍ଲୀ,୬/୧୧/୨୦୨୪(ଆଧାର ମିଡ଼ିଆ)ଆମେରିକା ରଷ୍ଟ୍ରପଡି ନିର୍ବାଚନକୁ ନେଇ କିଏ ଜିତିବ କିଏ ହାରିବ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା ଡୋନାଲ୍ଡ ଟ୍ରମ୍ପ ଓ କମଲା ହ୍ୟାରିସଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଚାଲିଥିଲା କଡା ଟକ୍କର।ତେବେ ବହୁ କଳ୍ପନା ଜଳ୍ପନା ପରେ ଏହାର ଅନ୍ତ ଘଟିଛି।ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଛନ୍ତି ଟ୍ରମ୍ପ।ହାରିଛନ୍ତି କମଲା ହ୍ୟାରିସ। ଆମେରିକାର ୪୭ ତମ ରାଷ୍ଟ୍ରପତି ହେଲେ ଚୋନାଲ୍ଡ ଟ୍ରମ୍ପ। ଭୋଟ ଗଣତି ଚାଲିବା ବେଳେ ଅଧିକ ଭୋଟ ପାଇଛନ୍ତି ଟ୍ରମ୍ପ ।ଟ୍ରମ୍ପ କମଲା ହ୍ୟାରିସଙ୍କୁ ପଛରେ ପକାଇ ହ୍ୱାଇଟ ହାଉସର ମାଲିକ ହୋଇଛନ୍ତି ଟ୍ରମ୍ପ।ପ୍ରାରମ୍ବିକ ଫଳାଫଳ ଅନୁସାରେ ବହୁତ ଆଗରେ ଥିଲେ ଡୋନାଲ୍ଡ ଟ୍ରମ୍ପ।ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭ ଭୋଟ ମିଳିବା ପରେ କମଳା ହ୍ୟାରିସଙ୍କୁ ୨୨୬ ଭୋଟ ମିଳିଛି।୨୭୭ ଭୋଟରେ ଜିତିଛନ୍ତି ଡୋନାଲ୍ଡ।୪ ବର୍ଷ ପରେ ପୁଣି ଥରେ ରଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ ।ଜିତିବା ପରେ ଟ୍ରମ୍ପ ଜନତାଙ୍କ ଆଗରେ ତାଙ୍କର ବିଜୟୀ ଭାଷଣ ରଖିଛନ୍ତି।ଭାଷଣରେ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ। କହିଛନ୍ତି,ଏହି ବିଜୟ ଐତିହାସିକ ବିଜୟ। ସେନାଙ୍କୁ ଶକ୍ତିଶାଳୀ କରିବୁ।ଯୁଦ୍ଧ ଆଉ ହେବ ନାହିଁ।ଆମେରିକାବାସୀ ମୋତେ ବିଶ୍ୱାସ କରିଥିବାରୁ ଧନ୍ୟବାଦ।ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି ମୁଁ କୃତଜ୍ଞ।ଏହା ସହିତ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
Recent Comments