ସୋନପୁର/୧୮ /୨ /୨୬/(ଆଧାର ମିଡ଼ିଆ)-ରିଖ ବୁଧବାର ଦିନ ସ୍ଥାନୀୟ କଇଁଫୁଲ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକଉତ୍ସବ ପାଳିତ ହୋଇ ଯାଇଛି. ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋନପୁରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇ ଶିଶୁଙ୍କୁ ଅତି ସୁନ୍ଦର ଭାବେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇ କହିଲେ ଯେ ସମସ୍ତେ ନିଜ ନିଜର ପ୍ରତିଭାର ବିକାଶ କରିବା ଏବଂ ସୁନ୍ଦର ଭାବେ ଭଜନ ପରିବେଷଣ କରିଥିଲେ. ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପଦାର୍ଥ ଝଙ୍କାର ଅତିଥି ପରିଚୟ ଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ. ଏହି ଉତ୍ସବରେ ଶ୍ରୀ ରଞ୍ଜନ କୁମାର ବୁଡ଼େକ ସି ଆରସିସି ମଲ୍ଲିକମୁଣ୍ଡା କ୍ଲଷ୍ଟର ସଭାପତିତ୍ବ କରିଥିବାବେଳେ ମୁଖ୍ୟବକ୍ତା ଭାବେ ମଙ୍ଗୁଲୁ ଭୋଇ ଡେପୁଟି କଲେକ୍ଟର ସୁନ୍ଦରଗଡ଼ ସମ୍ମାନୀତ ଅତିଥି ଭାବେ ଶ୍ରୀ ବିରଞ୍ଚି ନାରାୟଣ ଷାଣ୍ଢ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ,ଶ୍ରୀ ଦୋଳଗୋବିନ୍ଦ ପଣ୍ଡା ଯୋଗ ଦେଇ କଇଁଫୁଲ ବିଦ୍ୟାଳୟର ପୂର୍ବ ସ୍ମୃତି ଚାରଣ କରିଥିଲେ. ଶ୍ରୀ ମନୀନ୍ଦ୍ର ମହାକୁର ସି ଆରସିସି ଖାରୀ କ୍ଲଷ୍ଟର ଶ୍ରୀ ଭକ୍ତଗୁରୁ ସଭାପତି ବିଦ୍ୟାଳୟ ପରିଚାଳନା କମିଟି କଇଁଫୁଲ ଯୋଗଦେଇ ବିଦ୍ୟାଳୟ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ.ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ. ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟସଦସ୍ୟା ବୃନ୍ଦ ତଥା ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତି ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇଥିଲା.
Recent Comments