କଣିହାଁ/୨/0୮/୨0୨୫/(ଆଧାର ମିଡ଼ିଆ//ରିପୋର୍ଟ/ଟୁନା ସାହୁ)-
ଅନୁଗୋଳ ଜିଲ୍ଲା ସ୍ବେଛାସେବୀ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍,ତାଳଚେର ତରଫରୁ କଣିହାଁ ବ୍ଲକ ସାନ- ତ୍ରିଵିଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରବିଲ୍ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ତଥା ସମୟ ଉପଯୋଗୀ ଚାଷ କ୍ଷେତ୍ରରେ ଶୁଖିଲା ଗଡାଣିଆ ଏବଂ ଢିପ ଜମିରେ ଆବଶ୍ୟକତାକୁ ଭିତ୍ତିକରି ଯାନ୍ତ୍ରିକ ମାଧ୍ୟମରେ ବୁଣାଧାନ ଚାଷ ଗ୍ରାମର ଅଗ୍ରଣୀ ଚାଷୀ ଭାଇମାନଙ୍କ ସହଭାଗୀତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମ୍ ବିହନ, ଶ୍ରମିକ ସମସ୍ୟା , ସ୍ଵଳ୍ପଖର୍ଚ୍ଚ ସାଙ୍ଗକୁ ଅଧିକ ଅମଳକ୍ଷମ ନିମନ୍ତେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାଶଙ୍କର ମିଶ୍ର ,ବ୍ଲକ କୃଷି ଅଧିକାରୀ ଅର୍ଣ୍ଣପୁର୍ଣ୍ଣା ବେହେରା,କୃଷି ଯୋଜନା ସମ୍ପ୍ରସାରଣ ଅଧିକାରୀ ପ୍ରଭାତୀ ରାମ ,ସହକାରୀ କୃଷି ଅଧିକାରୀ ଅଭିନାଷ ନାହାକ, କୃଷି ଓଭରସିୟର ସୁନୀଲ ଶତପଥୀ, କୃଷି ଗ୍ରାମ ସେବକ ରେବତୀ ହାଇବୁରୁ,ଲକ୍ଷ୍ମୀ ଖାଲକୋ ,ଅମ୍ରିତା ଗଡନାୟକ ଝୁମୁକୀ ଗଡନାୟକ,ଦିଲ୍ଲୀପ ଗଡ଼ନାୟକ,ପୀତବାସ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହିଥିଲେ, ଏବଂ ଶରତ ପ୍ରଧାନଙ୍କ ତତ୍ତ୍ଵାବଧାନରେ କଣିହାଁ ବ୍ଲକରେ ୧୪୦ ହେକ୍ଟର ଜମିରେ ଅର୍ଥାତ୍ ୮ ଗୋଟି ଗ୍ରାମ ପଞ୍ଚାୟତରେ ୩୫୦ ଏକର ଜମିରେ ଉକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ସଠିକ୍ ଭାବେ ପରିଚାଳନା କରିବା ଦାୟିତ୍ବ ଅନୁଷ୍ଠାନର ବ୍ଲକ ସଂଯୋଜକ ମହାଦେବ ଦାସ, କ୍ଷେତ୍ର ସଂଯୋଜକ ମନୋରଞ୍ଜନ ସ୍ୱାଇଁ ,ମମତାରାଣୀ ବିଶିମାଝୀ ,ଜିତେନ୍ଦ୍ର ଶତପଥୀ ପ୍ରଭୃତି ବୁଣାଧାନ ଚାଷ ଅନ୍ତର୍ଭୁକ୍ତ ଗ୍ରାମର ସମସ୍ତ ଚାଷୀଭାଇ ଓ ଭଉଣୀଙ୍କ ସହଯୋଗ କାମନା କରିଥିଲେ l
Recent Comments