ବିନିକା/୧୦/୩/୨୦୨୫/(ଆଧାର ମିଡ଼ିଆ)- ଆଜି ବିନିକା ବ୍ଳକ ଗୁଲୁଣ୍ଡା ନୂଆଁ ବୃନ୍ଧାବନ (ମଠ) ପରିସରରେ ବିନିକା ସଦର ସାହିତ୍ୟଘର ପକ୍ଷରୁ ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଲିତ ହୋଇଯାଇଛି. ଏଥିରେ ଗୁଲୁଣ୍ଡା ମଠାଧୀଶ ବାବା ଶ୍ରୀ ରଘୁନାଥ ଦାସ ମୂଖ୍ୟଅତିଥି, ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ମୂଖ୍ୟବକ୍ତା ଭାବରେ ଯୋଗଦେଇ ସମ୍ବାଦ ପରିବାର ଆପଣମାନେ ବଳ ଆପଣଙ୍କ ଦ୍ବାରା ବୃକ୍ଷ ରୋପଣ , ରକ୍ତଦାନ, ନିଶାନିବାରଣ, ମତଦାନରେ ଆପଣମାନେ ସହଯୋଗ କରି ଆସୁଥିବାରୁ ଆପଣମାନେ ଆମର ବଳ ବୋଲି ପ୍ରକାଶ କରିଥିଲେ. ଶିକ୍ଷାବିତ ସନ୍ତୋଷ ସାହୁ ,ସାହିତ୍ୟଘର କାର୍ଯ୍ୟକାରୀ ସଭାପତି ବାଳ ଗୋପାଳ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗଦେଇ ଅନ୍ତର୍ଜାତିୟ ମହିଳା ଦିବସ ଉପରେ ଆଲୋକ କପାତ କରି ସମ୍ବାଦ ଆମଓଡ଼ିଶା ସହିତ ମିଲିତ ଜନହିତକର କାର୍ଯ୍ୟ କରି ଆସିଛନ୍ତି ସେହି ଅନୁଷ୍ଠା ମାନଙ୍କୁ ମାନପତ୍ର ଓ ଫୁଲ ତୋଡ଼ାଦେଇ ଅତିଥିମାନେ ସ୍ବାଗତ କରିଥିଲେ.ସମ୍ମାନିତ ହୋଇଥିବା ଅନୁଷ୍ଠାନ ଓ ବ୍ୟକ୍ତିତ୍ବ ମାନେହେଲେ ରାଜ୍ୟସ୍ତରୀୟ ଅଭିଜିତ ସ୍ମୃତି କମିଟି, ବିନିକା ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ,ବିନିକା ସେଣ୍ଟସ୍ ଭେଲି ଉଚ୍ଚବିଦ୍ୟାଳୟ,କୁହିବାହାଳ ଗୁଟେ ଯିବନ କୁଟୁମ ,କୁହିବାହଲ ଜୟଶ୍ରୀରାମ ଗୃପ,ଯଶପୁର ଶିବାନୀ ସ୍ବୟଂ ସହାୟକ ଗୋଷ୍ଠି ,ଗୁଲୁଣ୍ଡା ତୁଳସୀ ସ୍ବୟଂ ସହାୟକ ଗୋଷ୍ଠି, ଗୁଲୁଣ୍ଡା ମାହେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠି, ବନିକା ତୁଳସୀ ସ୍ବୟଂ ସହାୟକ ଗୋଷ୍ଠି, ଭଣ୍ଡାର, ସିଂଘିଯୁବା , କୁହିବାହାଳ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ, ପଧାନପାଳି ମା ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠି ,ବିନିକା ଅଭିଜିତ ସାହିତ୍ୟ ସଂସଦ, ବ୍ୟକ୍ତିତ୍ବ- ନିଳମଣି ସାହୁ, କୁନ୍ତି ପଧାନ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା.ସାହିତ୍ୟଘର ସଦସ୍ୟ ଗୀତାଞ୍ଜଳୀ ମିଶ୍ର ମାନପତ୍ର ଗୁଡ଼କ ପାଠକରି ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିଲେ,
ହିତ୍ୟଘର ସଦସ୍ୟ ବୈଜୟନ୍ତି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ .କବି କାମପାଳ ପଣ୍ଡା ସ୍ବାଗତ ସଂଗୀତ ଗାନ କରିଥିଲା ବେଲେ ଦୀପାନ୍ମିତା ମହାଣା, ଦ୍ବିତୀକୃଷ୍ଣ ପଣ୍ଡା, ଡ଼.ଅନିରୁଦ୍ଧ କୁରକୁରିଆ ପ୍ରମୁଖ କବିତା ପାଠ କରିଥିଲେ.ହିମାଂଶୁ ଭୂଷଣ ପଣ୍ଡା, ଆଲିଶା ମେହେର, ସୋନାଳି ମେହେର ମଞ୍ଚ ପରିଚଳନା କରିଥିଲେ. ଶେଷରେ ସାହିତ୍ୟଘର ସଦସ୍ୟ ରେଖା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ. ପରେ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା. ଏଥିରେ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ନିଳାଚଳ ମେହେର, ଭୀମସେନ ସାହୁ, ନଳୀନୀ ସାହୁ, ନିଳିମା ନାଏକ,ଭୂବନେଶ୍ବର ପଧାନ,ସୋମିତ୍ରି ପତି, ଅଭିଜିତ ସ୍ମୃତି କମିଟି ସଂପାଦକ ପ୍ରିୟରଞ୍ଜନ ହୋତା, ମଳୟ ସାହୁ,ଲକ୍ଷ୍ମୀନାରାୟଣ ସାହୁ, ଅନ୍ତରାମ ପଣ୍ଡା, ଗୈତମ ମିଶ୍ର, ବୃଷଭ ମାହାଣା, ଗଣ୍ଡାରାମ ମହାଣା, ସାତାରାମ ଦାସ, ପ୍ରଭଞ୍ଜନ ପାଢ଼ୀ, ବିକାଶ ମହାନ୍ବିତି ,ହିମାଂଶୁ ତ୍ରୀପାଠୀ,ଉମେଶ ପ୍ରଶାଦ ମାହାଣା, ଶିବ ନାରାୟଣ ନାଏକ,ବିରମାହାରାଜ ପୁର ସମ୍ବାଦ ପ୍ରତିନିଧି-ରାଧାକାନ୍ତ ବାଘ ,ସେଲଡ଼ି ସମ୍ବାଦପ୍ରତିନିଧି ପରକ୍ଷିତ ବାଘ, ,ବିନିକା ସମ୍ବାଦ ଆମ ଓଡ଼ିଶା ସଂଯୋଜକ ଅକ୍ଷୟ ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ.
Recent Comments