logo
add image
ଜନତା ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ

ଜନତା ହାଇସ୍କୁଲରେ ଜାତୀୟ କୃମିନାଶକ ଦିବସ ପାଳିତ

ଅମ୍ବାଭୋନା /ବରଗଡ/୧୧/୦୨/୨୦୨୫/ (ଆଧାର ମିଡ଼ିଆ) କୃମି ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି।ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭୁକ୍ତା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟକେନ୍ଦ୍ରର ଡକ୍ଟର ନାରାୟଣ ପଶାୟତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲମୋହନ ସିଂ, ଜନତା ହାଇସ୍କୁଲ ଭୁକ୍ତାର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକ ଏବଂ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ କୃମି ବ୍ୟାପିବାର କାରଣ ,କୃମି ସଂକ୍ରମଣ ଯୋଗୁଁ ଶିଶୁକୁ ହେଉଥିବା କ୍ଷତି, କୃମିମୁକ୍ତ ଶିଶୁ ପାଉଥିବା ଲାଭ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ ଏବଂ କୃମିନାଶକ ଔଷଧ ସେବନ କରିବା ସହ କୃମି ସଂକ୍ରମଣ ରୋକିବାର ଅନ୍ୟ ଅଭ୍ୟାସଗୁଡ଼ିକୁ ଅବଲମ୍ବନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ କୃମିନାଶକ ଔଷଧ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିପିଏମ ମନୋରଞ୍ଜନ ସାହୁ, ପିଏଚଇଓ ଗୀତାଞ୍ଜଳି ପଟେଲ, ବିଡିଏମ ମେଘନାଦ ପଧାନ, ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରମୋଦା ମଲ୍ଲିକ , ଶିକ୍ଷକ ଶ୍ରୀପତି ସାହୁ, ସୁବାସ ଚନ୍ଦ୍ର ଖମାରୀ, ଶିକ୍ଷୟିତ୍ରୀ ରାଜକୁମାରୀ ଭୁଏ,ସୌଦାମିନୀ ବାରିକଙ୍କ ସମେତ ବିଦ୍ୟାଳୟର ସ୍ବାସ୍ଥ୍ୟ ଓ ଆରୋଗ୍ୟ ଆମ୍ବାସାଡର ଏବଂ ମେସେଞ୍ଜର ସକ୍ରିୟ ସହଯୋଗ କରିଥିଲେ।

Recent Comments

Leave Comments

Top