logo
add image
ଜିଲ୍ଲା ସଡ଼କ ପରିବହନ କମିଟି ପକ୍ଷରୁ ସମାଜସେବୀ ଓ ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନିତ।

ଜିଲ୍ଲା ସଡ଼କ ପରିବହନ କମିଟି ପକ୍ଷରୁ ସମାଜସେବୀ ଓ ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନିତ।

ଯୋଡ଼ା/କେନ୍ଦୁଝର,୩୧/୧/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର)ସଡ଼କ ସୁରକ୍ଷା ପରିବାର ରକ୍ଷା,ଆଜି ସାରା ଓଡ଼ିଶାରେ ସଡ଼କ ସୁରକ୍ଷା ମାସ ରୂପରେ ପାଳନ କରାଯାଉଅଛି।ଅର୍ଥାତ୍ ଜାନୁୟାରୀ ୧ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ସମସ୍ତ ଜିଲ୍ଲାରେ ଦୈନଦିନ ବେଆଇନ ଭାବରେ ଗାଡ଼ି ଚଳାଚଳ ଯୋଗୁଁ କେତେଯେ ଚାଳକ ଓ ନିରୀହ ଲୋକ ପ୍ରାଣ ହରାଇଥାନ୍ତି ଓ ଏହାକୁ କିପରି ସଚେତନ କରାଯାଇ ଧନ ଜୀବନ ରକ୍ଷା କରାଯାଇପାରିବ ସେଇ ନେଇ ସମସ୍ତ ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୁ ଗୁରୁ ଦାୟିତ୍ଵ ଦିଆଯାଇଛି। ସେହିଭଳି କେନ୍ଦୁଝର ଜିଲ୍ଲାରେ ମଧ୍ୟ ପରିବହନ ବିଭାଗର ଭୂମିକା ରହିଥିଲା।ନାଟକ ଓ ଛବି ମାଧ୍ୟମରେ ପ୍ରତ୍ୟେକ ଦିନ ସଡକରେ ହେଉଥିବା ଛୋଟ ବଡ଼ ଦୁର୍ଘଟଣା କୁ କିପରି ରୋକାଯାଇପରିବ ତାହା ନେଇ କେନ୍ଦୁଝର ପରିବହନ ବିଭାଗ ତାଙ୍କର ଦାୟିତ୍ଵ ତୁଲାଇଥିଲେ।ଏହି ପରିପ୍ରେଖିରେ ଆଜିର ଯୁବ ସମାଜ ତଥା ସମାଜସେବୀ ମାନେ ମଧ୍ୟ ସଡକରେ ଦୁର୍ଘଟଣା ହେଉଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରି ଡାକ୍ତରଖାନା କୁ ନେଇ ତାଙ୍କର ଚିକିତ୍ସ କରାଇଥାନ୍ତି।ସେହିଭଳି ଏକ ମହାନ୍ ବ୍ୟକ୍ତିତ୍ଵ ଯିଏ କି ସଦାସର୍ବଦା ଲୋକଙ୍କ ସେବାରେ ଲାଗିଥାନ୍ତି।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ଯୋଡ଼ା ପୌରଞ୍ଚାଳ ରେ ବାସ କରୁଥିବା ଶ୍ରୀ ଭୋଳନାଥ ବିହାରୀ,ପେଶାରେ ସେ ଜଣେ ସୁନ୍ଦର ଚିତ୍ର ଶିଳ୍ପୀ, ଛୋଟ ଛୋଟ ପିଲମାନଙ୍କୁ ଚିତ୍ରକଳା ଶିକ୍ଷା ଦେଇଥାନ୍ତି।କିନ୍ତୁ ସମାଜରେ ଅବହେଳିତ ହୋଇ ରହୁଥିବା ଗରିବ ଓ ଅସହାୟ ମାନଙ୍କୁ ସେ ସର୍ବଦା ସାହାଯ୍ୟ କରିଥାନ୍ତି। ବିଭିନ୍ନ ସମୟରେ ଗୋସେବା ଠାରୁ ନେଇ ସଡ଼କ ରେ ଦୁର୍ଘଟଣା ଗ୍ରସ୍ତ ହୋଇ ଛୋଟ ପଟ ହେଉଥିବା ଲୋକଙ୍କୁ ସେ ମେଡିକାଲ କୁ ନେଇ ଚିକିତ୍ସା କରାଇଥାନ୍ତି ଓ ସମାଜରେ ଭୋଲା ନାମରେ ସେ ଖୁବ୍ ଜଣାଶୁଣା।ସେ ତାଙ୍କ ଜୀବନ କାଳରେ ବହୁ ରୋଗୀଙ୍କୁ ରକ୍ତଦାନ ଭଳି ମହାନ୍ କାମ କରି ଜୀବନ ବଞ୍ଚାଇଛନ୍ତି। ଆଜି କେନ୍ଦୁଝର ସହର ସ୍ଥିତ ଅଡିଟୋରିୟମ ହଲ୍ ଠାରେ ଆୟୋଜିତ ସଡ଼କ ସୁରକ୍ଷା ପରିବାର ରକ୍ଷା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜିଲ୍ଲାପାଳ,ପୋଲିସ ଅଧିକ୍ଷକ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଭୋଳାନାଥ ଙ୍କୁ ସର୍ବଶ୍ରେଷ୍ଠ ସମାଜସେବୀ ରୂପରେ ସମ୍ମାନିତ କରାଯାଇଥିଲେ।ଏହା ସହିତ କେନ୍ଦୁଝର ସହରରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଡିବେଟ, ଚିତ୍ରାଙ୍କନ ରେ ଭାଗନେଇ ଉପକୃତ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ।
 

Recent Comments

Leave Comments

Top