ଖୋର୍ଦ୍ଧା,୧୭/୧୨/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋପୀନାଥ ଖଡଙ୍ଗାଙ୍କ ନେତୃତ୍ବରେ କର୍ମକର୍ତ୍ତା ମାନେ ବୋଲଗଡ଼ ରେଳ ଷ୍ଟେସନର ସମସ୍ୟା ସମାଧାନ ପାଇଁ ଖୋର୍ଦ୍ଧା ଡି ଆର ଏମ୍ ନିକଟରେ ଦାବିପତ୍ର ଜଣାଇଛନ୍ତି।ଖୋର୍ଦ୍ଧା ଜଟଣୀ ଠାରେ ପୂର୍ବାଞ୍ଚଳ ରେଳ ଡିଭିଜନର ଏଡି ଆର ଏମ୍ ଶ୍ରୀଯୁକ୍ତ ଏ.କେ ବେହେରାଙ୍କ ନିକଟରେ ପହଂଚି ତାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ସୁଚନା ଅଞ୍ଜୟୀ ବୋଲଗଡ଼ ଟାଉନ ଷ୍ଟେସନର ଷ୍ଟେସନ ଗୃହ,ବିଶ୍ରାମ ଗୃହ,ପାଣିର ବ୍ୟବସ୍ଥା,ଶୌଚାଳୟ,ଷ୍ଟେସନ ମାଷ୍ଟର ନିଯୁକ୍ତି,ପରିଷ୍କାର ପରିଚ୍ଛନ୍ନତା, କର୍ମଚାରୀଙ୍କୁ ନିୟୋଜିତ କରାଯିବା ନେଇ ଦାବିପତ୍ର ପ୍ରଦାନ କରିବାସହ ଆଲୋଚନା କରିଥିଲେ।ସେହିପରି,ରେଳ ବଗିର ପରିଚ୍ଛନ୍ନତା ଏବଂ ବର୍ତ୍ତମାନ ଖରାପ ଅବସ୍ଥାରେ ନବୀକରଣ କରାଇବା ନେଇ ଆଲୋଚନା କରିଥିଲେ।ଏଥି ସହିତ ଭାରତର ଯେ କୌଣସି ଷ୍ଟେସନକୁ ଯିବାକୁ କମ୍ପୁଟରାଇଜିଡ଼ି ଟ୍ରେନ ଟିକେଟ ମିଳିବାର ସୁବିଧା କରିବା ପାଇଁ ଏକ ଲିଖିତ ଦାବୀ ପତ୍ର ଦେବାସହିତ ତାଙ୍କ ସହିତ ଏହି କାର୍ଯ୍ୟଗୁଡିକର ସଫଳ ରୂପାୟନ ପାଇଁ ଏକ ସୌହାର୍ଦ୍ୟପୂର୍ଣ୍ଣ ଆଲୋଚନା ମଧ୍ୟ କରିଛନ୍ତି।ଏହି ସମ୍ପୂର୍ଣ କାର୍ଯ୍ୟକ୍ଷମ କରାଯିବା ପାଇଁ ବିଭାଗୀୟ ଜିଲ୍ଲା ରେଳ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।
Recent Comments