ଖୋର୍ଦ୍ଧା,୨୨/୧୧/୨୦୨୪(ଆଧାର ମିଡ଼ିଆ//ରିପୋର୍ଟ -ପ୍ରସନ୍ନ କୁମାର ସ୍ବାଇଁ)ଲୋକକଳା ସଂସ୍କୃତି କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଚମ୍ପାଇଲୋ ସାନବାଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଡକ୍ଟର ସମ୍ନାନରେ ସମ୍ମାନିତ କରାଯାଇଛି।ବିଶ୍ୱ ସଂସ୍କୃତି ଆୟୋଗ,ନୂଆଦିଲ୍ଲୀ ଦ୍ୱାରା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।ଡକ୍ଟର ବେହେରା ଦୀର୍ଘ ୪୦ ବର୍ଷ ଧରି ଲୋକକଳା ସଂସ୍କୃତି ପ୍ରଚାର ଓ ପ୍ରସାର, ଓଡ଼ିଆ ଢଗଢମାଳିକୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଅଡିଓ ଓ ଭିଡ଼ିଓ ମାଧ୍ୟମରେରେ ପ୍ରଚାର କରିଛନ୍ତି।ସେହିପରି ଦୁଇ ଶହରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ଭଜନ କ୍ୟାସେଟ ରେ ସଙ୍ଗୀତ ପରିବେଷଣ ଓ ଦୂରଦର୍ଶନରେ ଲଳିତା ବିଦ୍ୟାପତି ନାଟକର ନିର୍ଦ୍ଦେଶନା ଦେଇଛନ୍ତି।ଏପରିକି ଆକାଶବାଣୀ ଯୁବବାଣୀର ସ୍ୱୀକୃତିପ୍ରାପ୍ତ କବି,କୋଡିଏ ଖଣ୍ଡ ପୁସ୍ତକର ରଚୟିତା, ଗ୍ରାମାଞ୍ଚଳରେ ଦଶ ହଜାରରୁ ଉର୍ଦ୍ଧ ଜନସଚେତନତା କାର୍ଯ୍ୟକ୍ରମ କରିଛନ୍ତି।ବିଭିନ୍ନ ମଞ୍ଚରେ ମେଘ ମହ୍ଲାର ଅନୁଷ୍ଠାନ ମାଧ୍ୟମରେ ଢୋଲ ମହୁରୀ ଲୋକ ନୃତ୍ୟ ପରିବେଷଣ କରିଛନ୍ତି।ସେହିପରି ୪୦ଖଣ୍ଡ ପୁସ୍ତକର ପ୍ରକାଶକ ଶ୍ରୀ ବେହେରା ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଯୋଗୁଁ ତାଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରିଛନ୍ତି।ଏହି ସମ୍ମାନ ସମାରୋହ ରେ ଏନ.ଡ଼ି.ଏମ.ସି ମେମ୍ବର ଶ୍ରୀମତୀ ବିଶାଖା ଶୈଲାନି,ଶ୍ରୀଯୁକ୍ତ ଆଚାର୍ଯ୍ୟ ୟେଶୀ ଫୁନ୍ତୋଷକ,ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂ, ସୁପ୍ରିମକୋର୍ଟ ବିଚାରପତି ଶ୍ରୀଯୁକ୍ତ ରୋନିତ ପାଣ୍ଡେ,ଲାଲାନ କୁମାର ପ୍ରମୁଖ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।ଡକ୍ଟର ଶ୍ରୀ ବେହେରା ଜଣେ ସାଧାରଣ,ଅମାୟିକ ବ୍ୟକ୍ତି ଭାବେ ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ପରିଚିତ।ପିଲାଟି ଦିନରୁ କଳା ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ସମାଜ ପାଇଁ କିଛି କରିବା ପାଇଁ ଶପଥ ନେଇଥିଲେ। ଡକ୍ଟର ବେହେରା କେନ୍ଦ୍ର ସରକାରଙ୍କ ଦ୍ୱାରା ଡ଼କ୍ଟରେଟ୍ ସମ୍ମାନିତ ହେବା ପ୍ରଥମ।ତେଣୁ ଡକ୍ଟର ବେହେରା ଜିଲ୍ଲା,ବ୍ଲକ ତଥା ଚମ୍ପାଇଲୋ ଗାଁ ପାଇଁ ମଧ୍ୟ ଗୌରବ ଆଣିଛନ୍ତି।
Recent Comments