logo
add image
ନସ୍କଲ୍  ନାରେ ଚାନ୍ଦଆଦାୟ କରୁଥଲେ ୟଵସାମ୍ବାଦିକ ।

ନସ୍କଲ୍  ନାରେ ଚାନ୍ଦଆଦାୟ କରୁଥଲେ ୟଵସାମ୍ବାଦିକ ।

ରାୟଗଡ଼ା/୧୭/୦୨/୨୦୨୬/(ଆଧାର ମିଡ଼ିଆ)- ଖବରଦାତାଙ୍କ ସହ ୪ ଗିରଫ ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା ପୋଲିସ ରବିବାର ୱେବ୍‌ ଖବରଦାତା ରଞ୍ଜୁ ଓରଫ୍‌ ଅନୁବ୍ରତ ବାରା ଓ ବଳିମାଝିଙ୍କୁ ଗିରଫ କରିଥିଲା । ଏହି ଘଟଣାର ଅଧିକ ତଦନ୍ତ କରି ସେମାନଙ୍କ ଆଉଜଣେ ସାଥୀ ବିଷମକଟକ ଥାନା ଅର୍ନ୍ତଗତ ସୀମାଞ୍ଚଳ କୁଟ୍ରୁକା ଏବଂ ଆପନା ମାଣ୍ଡାଙ୍ଗି ଓରଫ୍‌ ମାଣ୍ଡିକାଙ୍କୁ ସୋମବାର ଗିରଫ କରିଛି ।ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସ୍ୱାଥି ଏସ୍‌.କୁମାର ସୂଚନା ଦେଇଛନ୍ତି ।
ଏସ୍‌ପି ସ୍ୱାଥିଙ୍କ ସୂଚନା ଅନୁସାରେ ଏହି ମାମଲା ମୁଖ୍ୟ କାର୍ପଟଦାର ସାଜିଥିଲେ ୱେବ ସାମ୍ୱାଦିକ ଅନୁବ୍ରତ ବାରା । ଜିଲାରେ ମାଓବାଦୀ ଆତଙ୍କରାଜ ଶେଷ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ କରାଇ ଟଙ୍କା ହଡ଼ପ କରିବା ସହିତ ନକଲି ମାଓବଦୀ ସଜାଇ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ହଡ଼ପ କରିବା ଯୋଜନା ଅଭିଯୁକ୍ତଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ଏସ୍‌ପି କହିଛନ୍ତି।ରାୟଗଡ଼ା ସହର ଉପକଣ୍ଠ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ବସ୍‌ଷ୍ଟପ, ଚାନ୍ଦିଲି ଥାନା ଅଧୀନ ପାଇକପଡ଼ା ଓ କଲ୍ୟାଣସିଂହପୁର ବ୍ଲକ୍‌ର ବୁଡ଼ାଗୁଡ଼ା ପଞ୍ଚାୟତ କୁମ୍ଭାଗୁଡ଼ା ଛକରେ ଗତ ଶୁକ୍ରବାର ମାଓବାଦୀ ପୋଷ୍ଟର ଲାଗିଥିଲା।ଉକ୍ତ ପୋଷ୍ଟର ଜବତ ପରେ ରାୟଗଡ଼ା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତରୁ ଖବରଦାତା ଅନୁବ୍ରତ ବାରା ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇବା ପରେ ରବିବାର ତାଙ୍କୁ ଓ ବଳି ମାଝିଙ୍କୁ ଗିରଫ କରିଥିଲା । ପୋଲିସ ସୂଚନା ମୁତାବକ ଅନୁବ୍ରତ ଗତ କିଛିଦିନ ଧରି ଏ ନେଇ ରାୟଗଡ଼ା ସହରର ବିଭିନ୍ନ ହୋଟେଲରେ ବୈଠକକରି ଯୋଜନା ମୁତାବକ ଛତିଶଗଡ଼ ରାଜ୍ୟର କେତେଜଣ ହାର୍ଡ଼କୋର ମାଓବାଦୀ ଆତ୍ମସମର୍ପଣ ଦର୍ଶାଇବା ନେଇ ପ୍ରସ୍ତୁତି କରିଥିଲେ। ହେଲେ ପରବର୍ତ୍ତି ସମୟରେ ନକଲି ମାଓବାଦୀ ସାଜିବା ପାଇଁ ରାଜି ହୋଇଥିବା ବ୍ୟକ୍ତିବିଶେଷ ଏହି କାମପାଇଁ ମନା କରିଦେଇଥିଲେ ବୋଲି ଏସ୍‌ପି ସ୍ୱାଥି ସୂଚନା ଦେଇଛନ୍ତି ।ଏହି ମାମଲା ରେ ଗିରଫ ସୀମାଞ୍ଚଳ ଜାନୁଆରି ୨୦ରେ ମୁନିଗୁଡ଼ା ଥାନା ଅଧୀନସ୍ଥ ତେଲେଙ୍ଗାପଦରଠାରେ ମଧ୍ୟ ମାଓବାଦୀଙ୍କ ନାଁରେ ବ୍ୟାନର ଲଗାଇଥିଲେ । ଖବରଦାତା ସମ୍ମିଳନୀରେ ଏସ୍‌ପିଙ୍କ ସହ ଅତିରିକ୍ତ ଏସ୍‌ପି ଅମୂଲ୍ୟ ଧର ମଧ୍ୟ ଉପସ୍ଥିତ ଥିଲେ । .

Recent Comments

Leave Comments

Top