ବାଲିଗୁଡା/୧୭/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନାପକ୍ଷରୁ ମହାସିଙ୍ଗି ନିକଟରେ ଥିବା ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ଦଳର ପେଟ୍ରୋଲିଂ ବେଳେ ବସ୍ ଯୋଗେ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ମାଫିଆ ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଗାଡିକୁ ଦେଖି ଚମ୍ପଟ ମାରିଥିବା ସୂଚନା ମିଳିଛି। ମାଫିଆ ଦୁଇ ଜରିବସ୍ତା ଛାଡ଼ି ଦୌଡ଼ିବା ପରେ ପୋଲିସ ଦଳ ସହ ଥାନା ଅଧୂକାରୀ ଆଶୁତୋଷ ଜେନା ସନ୍ଦେହ କରି ତନଖି କରିବା ପରେ ଉକ୍ତ ଦୁଇ ଜରିବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏଥିରେ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଅଖାରେ ଥବା ୪୪ କେଜି ଗଞ୍ଜେଇ ଜବତ କରିଥିଲେ। ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା, ଏଏସଆଇ ସୁରେନ୍ଦ୍ର ରାଜହଂସ ଓ ବାସୁଦେବ ପଣ୍ଡା ସହଯୋଗ କରିଥିଲା ବେଳେ ଏନେଇ ଥାନା କେସ ନଂ.୩୧/୨୬ ରେ ଏକ ଏନଡିପିଏସ ମାମଲା ରୁଜୁକରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।
Recent Comments