ବୌଦ୍ଧ/୧୭/୦୨/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧଜିଲ୍ଲାର-ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଥିବା ଜିଲ୍ଲା ସଂଗ୍ରହଳୟର ସୁପରିଚାଳନା ଓ ସଂରକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ରବୁଦ୍ଧିଜୀବି,ନାଗରିକ,ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି | ମ୍ୟୁଜିୟମରେ ନିୟୋଜିତ ଅସ୍ଥାୟୀ କର୍ମଚାରୀ ମାନଙ୍କ ଦରମା,ମ୍ୟୁଜିୟମରେ ସଂଗୃହିତ ସାମଗ୍ରୀର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ନିମନ୍ତେ ଆବଶ୍ୟକ ପାଣ୍ଠି ସଂଗ୍ରହ,ସରକା ରଙ୍କୁ ମ୍ୟୁଜିୟମ ହସ୍ତାନ୍ତର ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା |
ବୈଠକରେ ପୂର୍ବତନ ମନ୍ତ୍ରୀ ପ୍ରଦିପ ଅମାତ,ବୌଦ୍ଧଗଡ଼ ପୌରପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ତାରେଣୀ ମହାପାତ୍ର,ବିପ୍ର ଚରଣ ମହାନ୍ତି,ବିଶେଶ୍ୱର ପୃଷ୍ଟି ,ବସନ୍ତ କୁମାର ସାହୁ, ନୀଳ ଲୋହିତ ମହାପାତ୍ର,ସୁମନ ଷଡ଼ଙ୍ଗୀ ନିଜ ନିଜ ମତାମତ ବ୍ୟକ୍ତ କରିଥିଲେ l ଏହି ବୈଠକରେ ବରିଷ୍ଠ ଆଇନଜୀବି,ସାମ୍ବାଦିକ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ସଭା ଆରମ୍ଭରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ କରିଥିବା ବେଳେ ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି ବୈଠକରେ ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅଙ୍କିତା ସାହୁ ଜ଼ିଲ୍ଲା ସଂଗ୍ରହାଳୟର ସମସ୍ତତଥ୍ୟ ଉପସ୍ଥାପନ କରିଥିଲେ l
Recent Comments