ବୋଲଗଡ଼/୧୫/୦୨/୨୦୨୬/(ଆଧାର ମିଡ଼ିଆ)-ବହୁଦିନର ପ୍ରତିକ୍ଷାର ଅନ୍ତଘଟିଛି.କଂଗ୍ରେସ ଦଳର ସାଂଗଠନିକ ପୁନର୍ଗଠନରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ରାଜୀବ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଓ ରାଜ୍ୟ ସଭାପତି ଉକ୍ତଚରଣ ଦାସଙ୍କ ଅନୁମୋଦନ କ୍ରମେ ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ବ୍ଳକର ନୂତନ ସଭାପତି ଭାବେ ଯୁବନେତା ରମାକାନ୍ତ ପର୍ଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ପୂର୍ବରୁ ଛାତ୍ର କଂଗ୍ରେସ ସଂଗଠକ ଓ ପରେ ଯୁବ କଂଗ୍ରେସର ସଂଗଠନରେ ପ୍ରମୁଖ ନେତାଥିଲେ।ତାଙ୍କଘର ବୋଲଗଡ଼ ସଦର ମହକୁମାରେ ହୋଇଥିବାରୁ କଂଗ୍ରେସ ଦଳକୁ ମଜବୁତ୍ କରିବା ସହିତ ପୂର୍ବରୁ କଂଗ୍ରେସ ଦଳର ଦୁର୍ଗଥିବା ଏହି ବ୍ଳକର ସମସ୍ତ ପୁରୁଖା କର୍ମୀମାନଙ୍କୁ ଏକଜୁଟ୍ କରି ଆଗାମୀ ପଚାୟତ ନିର୍ବାଚନରେ ଦଳକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଅଧିକାଂଶ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଆସନ ଦଖଲକରି ବ୍ଳକଅଧ୍ୟକ୍ଷ ପଦକୁ ହାତେଇବା ପାଇଁ ଏବେଠାରୁ ପ୍ରୟାଶ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।ସେ ବୋଲଗଡ଼ ବ୍ଳକ ସଭାପତି ହେବାପରେ ପ୍ରଦେଶ କଂଗ୍ରେସ ସଭାପତି ଉକ୍ତଚରଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପର୍ଟ୍ଟନାୟକ,ବେଗୁନିଆ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ପୃଥିବୀବହ୍ଳବ ପଟ୍ଟନାୟକ, ଦଳୀୟ ପ୍ରମୁଖ ନେତା ଜୟଶ୍ରୀ ପଟ୍ଟନାୟକ, ସଦାଶିବ ମହାପାତ୍ରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।
Recent Comments