ଖୋର୍ଦ୍ଧା/୧୫/୦୨/୨୦୨୬/(ଆଧାର ମିଡ଼ିଆ)-ବେଗୁନିଆ ବ୍ଲକ୍ ପୋଡ଼ାଡିହ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାରତୀୟ ବିଦ୍ଯା ନିକେତନରେ ପରିସରରେ ପିତୃ ମାତୃ ପୂଜନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପିତାମାତା ଶିକ୍ଷାର୍ଥୀଙ୍କ ପ୍ରଥମ ଶିକ୍ଷକ ।ସେମାନେ ପିଲାମାନଙ୍କର ମଙ୍ଗଳ ଚିନ୍ତାକରନ୍ତି, ମୁଣ୍ଡ ଉପରେ ଛାତପରି ତାଙ୍କ ଅ।ଶୀର୍ବାଦ ବିନା ମଣିଷ ପରି ହୋଇପାରିବ ନାହିଁ. ଏହା ବିଲକୁଲ ସତ୍ୟବୋଲି ମୁଖ୍ୟଅତିଥି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ରାଜେଶ୍ଵରୀ ରାୟପ୍ରିତମ ବକ୍ତବ୍ୟ ରଖିଥିଲେ ।
ଏହି ଦିବସରେ ପ୍ରଧାନ ଆଚାର୍ଯ୍ୟ ସୁକାନ୍ତି ଜେନାଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ରାଜେଶ୍ଵରୀ ରାୟପ୍ରିତମ ମୁଖ୍ୟବକ୍ତା ଭାବେ ଶିକ୍ଷୟତ୍ରୀ ଜ୍ୟୋଷ୍ନ।ମୟୀ ଜେନା ପ୍ରମୁଖ ଉପସ୍ଥିତ ରହି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ପିତାମାତା ହେଉଛନ୍ତି ମାର୍ଗଦର୍ଶକ ବୋଲି କହିଥିଲେ । ଗୁରୁମା ଗୀତାଞ୍ଜଳି ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ। ଶ୍ରୀମତୀ ଜେନା ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଛନ୍ତି ।କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା ଭାରତୀ ପ୍ରହରାଜ, ବିଷ୍ଣୁପ୍ରିୟା ତ୍ରିପାଠୀ, ସୁଜାତା ପାଣିଗ୍ରାହୀ,ସୁଜାତା ମହାନ୍ତି,ମୋନାଲିସା ପଟ୍ଟନାୟକ,ସୁଧଲତା ପାତ୍ର,ରୁପଶ୍ରୀ ବେହେରା,ଚିନ୍ମୟୀ ମହାପାତ୍ର,ସୁପ୍ରିନା ବେହେରା ପ୍ରମୁଖ ଗୁରୁମା ମାନେ ସହଯୋଗ କରିଛନ୍ତି ।
କୁନି କୁନି ପିଲାମାନେ ’ମା ମମତାମୟୀ ’ ଓ ପିତା ମାତା ମାନଙ୍କ ଉଦ୍ଦେଶ୍ୟ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରି ବେଷଣ କରିଥିଲେ । ସମସ୍ତ ଶିକ୍ଷାର୍ଥୀ ମାନେ ପିତାମାତାମାନଙ୍କୁ ପୂଜା କରିବାର ଅପୂର୍ବ ଦୃଶ୍ୟ ବେଶ ହୃଦୟସ୍ପର୍ଶି ଥିଲା ।ବାପାମାଅ।ମାନେ ପିଲାମାନଙ୍କ କ୍ୟାରିଅର ଠାରୁ କ୍ୟାରେକ୍ଟର କୁ ଅଧିକ ଗୁରୁତ୍ଵ ଦିଅନ୍ତୁ ଏବଂ ଆମେ ଯେପରି ସେମାନଙ୍କୁ ଗଢ଼ିବା ସେମାନେ ସେହିପରି ହେବେ ବୋଲି ମୁଖ୍ୟଅତିଥି ଶ୍ରୀମତୀ ରାୟପ୍ରିତମ ମନ୍ତବ୍ୟ ରଖିଥିଲେ । ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଫଳତା ରେ ବହୁ ପୁରାତନ ଛାତ୍ର ଛାତ୍ରୀ ,ଅଭିଭାବକ ମାନେ ସହିଯୋଗ କରିଥିଲେ ।ଶେଷରେ ଅଭିଭାବକ ଅରୁଣ କାନ୍ତ ସିଂହ ମୁଖ୍ୟ ଅତିଥି, ସମସ୍ତ ଗୁରୁମା ,ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments