logo
add image
ସାଇଶ୍ରୀ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ ଓ ପିତୁମାତୃ ପୁଜନଉତ୍ସବ ଅନୁଷ୍ଟିତ 

ସାଇଶ୍ରୀ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ ଓ ପିତୁମାତୃ ପୁଜନଉତ୍ସବ ଅନୁଷ୍ଟିତ 

ବିନିକା/୧୪/୨/୨୦୨୬/(ଆଧାର ମିଡ଼ିଆ)-ଆଜି ବିନିକାବ୍ଳକ ଭଣ୍ଡାର ଗ୍ରାମପଞ୍ଚାୟତ ଗୁଲୁଣ୍ଡା ସ୍ଥିତ ସାଇ ଶ୍ରୀଲୀଲାସାହଜୀ ବିଦ୍ୟାମନ୍ଦିର ଗୁରୁକୁଳରେ ପରିସରରେ ବାର୍ଷିକୋତ୍ସବ ପାଲିତ ହୋଇଯାଇଛି. ଆଜି ଦିନ ୩ଘଣ୍ଟା ସମୟରେ ବିଦ୍ୟାମନ୍ଦିର ସମସ୍ତ ଛାତ୍ର ଛାତ୍ରୀ ନିଜ ନିଜ ମାତା ପିତାଙ୍କୁ ପୁଜନ କରିଥିଲେ. ଯୁବ ସମାଜପାଇଁ ବେଶ ମନୋରମ ହୋଇଥଇଲା, ସଂନ୍ଧ୍ୟାରେ ବଦ୍ୟାଳୟ ପରିଚାଳନା କମିଟି ସଭାପତି ସୈମିତ୍ରୀ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ
ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ମୂଖ୍ୟ ଅତିଥି,ଚିଚିଣ୍ଡା ପଲ୍ଲୀଶ୍ରୀ ମହାବିଦ୍ୟାଳୟ 
ଓଡ଼ିଆ ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ ମୂଖ୍ୟ ବକ୍ତା, ବିନିକା ଓକିଲ ସଂଘ ସଭାପତି ସୁବାଷ ଚନ୍ଦ୍ର ନାୟକ,ଆଶାରାମ ରାଜ୍ୟ ପ୍ରଭାରୀ ସଂଚାଳକ ବିପିନ ଭାଇ,ଗୁରୁକୁଲ ପ୍ରଧାନ ଆଚାର୍ଯ୍ୟ ସଞ୍ଜିବ କୁମାର ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ଅଭିଜିତ ପୁଜାହାରୀ ସ୍ମୃତି କମିଟି ବିନିକା ବିଭିନ୍ନ ସାମାଜିକ କାର୍ଯ୍ୟ କ୍ରମ କରିଆସୁଥିବାରୁ ବିଦ୍ୟାମନ୍ଦିର ପକ୍ଷରୁ ପୁରସ୍କୃତ କରିଥିଲେ।
ପରେ ବିଦ୍ୟାମନ୍ଦିର ପାଇଁ ନାମ ରଖିଥିବା ବିଦ୍ୟାମନ୍ଦିର ଶ୍ରେଷ୍ଠ ଛାତ୍ରୀ ପ୍ରିତୀ ମେହେର,ପ୍ରତିକ୍ଷା ସାହୁ, ବିଦ୍ୟା ମନ୍ଦିରର ସଂସ୍କାରୀ ଛାତ୍ରୀ ଆର୍ଯ୍ୟଲଗ୍ନା ମିଶ୍ର, ଛାତ୍ର ଶ୍ରେୟାଂଶ ନାରାୟଣ ତ୍ରିପାଠୀ, ରାଜ୍ୟ ସ୍ତରୀୟ ଗୀତା ପ୍ରତି ଯୋଗିତାରେ ସୁଲଗ୍ନା କଣ୍ଟା ତଥା ବିଦ୍ୟାମନ୍ଦିରରେ ବିଭିନ୍ନ ପ୍ରତିଯୋଗିତା ଓ ଭଲନମ୍ବର ରଖିଥିବା ଯଥା -ବାର୍ଷିକ କ୍ରୀଡ଼ାରେ  କୃତ କାର୍ଯ୍ୟ ହୋଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ହିମାଂଶୁ ଭୂଷଣ ପଣ୍ଡା  ମଞ୍ଚପରିଚାଳନା କରିଥିଲେ । ଧର୍ମେନ୍ଦ୍ର ଭାଇ ଧନ୍ୟବାଦ ଅର୍ପଣ କରିଥିଲେ.
ବିଦ୍ୟାମନ୍ଦିର ଗୁରୁମା ଋକୃଣୀ ପଣ୍ଡା ପୁରସ୍କାର ବିତରଣୀ ଉତ୍ସବରେ ସହଯୋଗ କରିଥିଲେ । ଫୁଲଵାମାରେ ସହିତ ହୋଇଥିବା ଦେଶଭକ୍ତ ମାନଙ୍କ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଏଥିରେ -ଉପ ସଭାପତି ରାଜେଶ ଶେଖର ମିଶ୍ର, ସମ୍ପାଦକ ସୁଧୀର ମେହେର,ଉଦେନାଥ ସାହୁ, ଗୁପ୍ତେଶ୍ୱର ଥାନାପତି,ପ୍ରଦୀପ କୁମାର ଘୋଷ, ଶ୍ୟାମ ସୁନ୍ଦର ପାତ୍ର, ରାକେଶ ମିଶ୍ର, ପ୍ରଶାନ୍ତ ପ୍ରଧାନ,ଶ୍ରୋତସ୍ପିନି ପୁରୋହିତ, ନିକିତା ଦେଇ,ମାନସି ମହାକୁର, ଅଞ୍ଜଳି କାଣ୍ଡ, ପୁର୍ଣିମା ମେହେର, ସସ୍ମିତା ମେହେରଙ୍କ ସମେତ ଛାତ୍ର ଛାତ୍ରୀ ,ଅଭିଭାବକ ଅଭିବାବିକା ସମେତ ଅଞ୍ଚଳର ଜନ ସାଧାରଣ ଉପସ୍ତିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ

Recent Comments

Leave Comments

Top