logo
add image
ପୁରୀରେ ଜାତୀୟ ପେନସନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ପୁରୀରେ ଜାତୀୟ ପେନସନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ପୁରୀ/୧୪/୨/୨୦୨୬/(ଆଧାର ମିଡ଼ିଆ)-ଗତକାଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲାସ୍ତରୀୟ ଜାତୀୟ ପେନସନ ପ୍ରଶିକ୍ଷଣ ଶିବିର ଓଡିଶା ସରକାରଙ୍କ ଅର୍ଥବିଭାଗ ତଥା କୋଷାଗାର ଓ ପରିଦର୍ଶନ ନିର୍ଦ୍ଦେଶାଳୟ ଭୁବନେଶ୍ୱର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରୀଜିଲ୍ଲା କୋଷାଗାର ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଡିଡିଓ ଏବଂ ପେନ ସନ ଭୋକ୍ତାମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଗାର ଅଧିକାରୀ ମନ୍ମଥ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।ଏଥିରେ କୋଷାଗାର ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ କିଶୋର କୁମାର ନାୟକ ଓ ଏନପିଏସ ସେଲର ବିଭୂଦତ୍ତ ଜେନା ଉପସ୍ଥିତ ରହି ଜାତୀୟ ପେନସନ ଯୋଜନା ଉପରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯାହା ଫଳରେ ଜାତୀୟ ପେନସନ ଉପରେ ଥିବା ବିବିଧ ସନ୍ଦେହ ଦୂର ହୋଇପାରିଥିଲା।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସରକାରୀ କର୍ମଚାରୀଟି ନିଜର ବେତନ ଉପରେ ନିର୍ଭରଶୀଳ ଥିବାରୁ ଏଥିରେ ତାହାର ବିନିଯୋଗ ଓ ସଞ୍ଜୟ ସମ୍ପର୍କରେ ବିସ୍ତାରିତ ଭାବେ ଅବଗତ ହେବା ସମ୍ପର୍କରେ ମତ ରଖିଥିଲେ।କୋଷାଗାର ନିର୍ଦ୍ଦେଶାଳୟର ରିସୋର୍ସ ପର୍ସନମାନେ ଯୋଗ ଦେଇ ଥିଲେ। ଏଥିରେ ବ୍ଲକ,ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ବିଭାଗର ଡିଡିଓ ମାନେ ଉପସ୍ଥିତ ଥିଲେ।
 ସୂଚନାଯୋଗ୍ୟ ଯେ ଚଳିତ ମାସ ୯ ତାରିଖରୁ ୧୩ ଫେବୃଆରୀ କୋଷାଗାର ଓ ପରିଦର୍ଶନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନ ରେ ବିଭିନ୍ନ ଜିଲ୍ଲା କୋଷାଗାର,ସ୍ୱତନ୍ତ୍ର କୋଷାଗାର ତଥା ଉପ କୋଷାଗାର ମାନଙ୍କରେ ନୂତନ ଜାତୀୟ ପେନସନ ଉପରେ ସପ୍ତାହ ବ୍ୟାପୀ ସଚେତନତା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ କୋଷାଗାର ଅଧିକାରୀ ରଶ୍ମି ରଞ୍ଜନ ସେନାପତି, ଜୀବନ ଜ୍ୟୋତି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

Recent Comments

Leave Comments

Top