logo
add image
ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଘାଟିକିଆକୁ ହରାଇ ଫାଇନାଲରେ ସାନକ୍ଲବ  

ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଘାଟିକିଆକୁ ହରାଇ ଫାଇନାଲରେ ସାନକ୍ଲବ  

ରଣପୁର/ନୟାଗଡ/୧୩/୦୨/୨୦୨୬/(ଆଧାର ମିଡ଼ିଆ)-ନୟାଗଡଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ବଜରଙ୍ଗବଲି କ୍ଲବ ଘାଟିକିଆ ଓ ସାନକ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ନୟାଗଡ ବିଧାୟକ ଅରୁଣ କୁମାର ସାହୁ,ବୋଲଗଡ଼ ବିଧାୟକ ପ୍ରଦୀପ ସାହୁ,ପୂର୍ବତନ ରଣପୁର ବିଧାୟକ ବାଦଲ ପ୍ରଧାନ,ପୂର୍ବତନ ବୋଲଗଡ଼ ବିଧାୟକ ରାଜେନ୍ଦ୍ର ସାହୁ,ବିଧାୟକ ପାର୍ଥୀ ପୃଥୀ ବଲ୍ଲଭ ପଟ୍ଟନାୟକ, ବିଧାୟକ ପାର୍ଥୀ ବିଭୁ ପ୍ରସାଦ ମିଶ୍ର , ରାଜ୍ୟ ସ୍ତରୀୟ ଫୁଟବଲ ରେଫରୀ ଗଣେଶ୍ୱର ମହାପାତ୍ର ,ବଡ କୁମାରୀ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ଗଣେଶ ବଜାର ସଂଘର ସଭାପତି ପ୍ରକାଶଚନ୍ଦ୍ର ମାର୍ଥା ପ୍ରମୁଖ ଯୋଗ ଦେଇଥିଲେ।
ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳି ମାନଙ୍କ ସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ବଜରଙ୍ଗବାଲି କ୍ଲବ ଘାଟିକିଆ ଓ ସାନ୍ କ୍ଲବ ଭୁବନେଶ୍ୱର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ କୌଣସି ଗୋଲ ସ୍କୋର ହୋଇନଥିବା ବେଳେ ଖେଳର ଦିତୀୟାର୍ଦ୍ଧରେ ମଧ୍ୟ କୌଣସି ଗୋଲ ହୋଇନଥିଲା। ଫଳରେ ଟ୍ରାଏ ବ୍ରେକର ହୋଇ ଥିଲା। ତେବେ ୪-୨ ଗୋଲରେ ସାନ୍ କ୍ଲବ ବିଜୟୀ ହୋଇଛି । ଏହି ମ୍ୟାଚର ମୁଖ୍ୟ ରେଫରି ମିର୍ଜା ସିରାଜୁଦ୍ଦିନ ବେଗ ସହିତ ସୁଶାନ୍ତ କୁମାର ମିଶ୍ର ଓ ବୈକୁଣ୍ଠ ମହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଦର୍ଶକମାନେ ଆସି ଥିଲେ । ଆଜିର ଫାଇନାଲ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ସାନ୍ କ୍ଲବ ଭୁବନେଶ୍ୱର ମଧ୍ୟରେ ହେବ ବୋଲି କ୍ଲବପକ୍ଷରୁ ସୂଚନାମିଳିଛି। 


 

Recent Comments

Leave Comments

Top