logo
add image
ନୂଆପଡାରେ ମାରାଗୁଡ଼ା ଲୋକମହୋତ୍ସବ-୨୦୨୬ ପାଇଁ ପ୍ରସ୍ତୁତିବୈଠକ:

ନୂଆପଡାରେ ମାରାଗୁଡ଼ା ଲୋକମହୋତ୍ସବ-୨୦୨୬ ପାଇଁ ପ୍ରସ୍ତୁତିବୈଠକ:

ନୂଆପଡା/୧୩/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲାର କଳା ସାହିତ୍ୟ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ– ୨୦୨୬କୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ  ଶୁକ୍ରବାର ସ୍ଥାନୀୟ ସଦଭାବନା ଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ମାନ୍ୟବର ନୂଆପଡା ବିଧାୟକ ଜୟ ଢୋଲକିୟା, ମାନ୍ୟବର ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ପୂର୍ବତନ ସାଂସଦ ବସନ୍ତପଣ୍ଡା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦିପ,ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ, ଉପଜିଲ୍ଲାପାଳ ସୁରମୀ ସୋରେନ,ନୂଆପଡା ବ୍ଲକଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ  , କୋମନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା କୁମ୍ଭାର ,ଖଡିଆଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳୀ ନନ୍ଦ,ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଜୈନ ଅଗ୍ରୱାଲ ,ବିଭିନ୍ନ ଲୋକପ୍ରତିନିଧି,ସମାଜର ବିଭିନ୍ନ ବର୍ଗର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ,କଳାକାର,ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ସଭା ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଗତ ବର୍ଷର ମାରାଗୁଡ଼ା ଲୋକମହୋତ୍ସବର ବିବରଣୀ ଉପସ୍ଥାପନ କରିଥିଲେ l ଚଳିତ ବର୍ଷ ମାରାଗୁଡ଼ା ଲୋକମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଆସନ୍ତା ଏପ୍ରିଲ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ନେସନାଲ କଲେଜ ପଡିଆରେ ଆୟୋଜନ କରିବାକୁ ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ଅତିଥିଗଣ ଓ ଜିଲ୍ଲାର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମହୋତ୍ସବ ଉପରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l
ଲୋକମହୋତ୍ସବକୁ ସୁଚାରୁ ଓ ସଫଳ ଭାବେ ପାଳନ କରିବାପାଇଁ ୧୩ଟି କମିଟି ଗଠନ କରାଗଲା। ସେଗୁଡିକ ହେଲାଉପଦେଷ୍ଟା କମିଟି, ଅଭ୍ୟର୍ଥନା କମିଟି,ବିତ୍ତ କମିଟି,ପ୍ରଦର୍ଶନୀ କମିଟି,ଖାଦ୍ୟ କମିଟି,ବାସ କମିଟି,ମଞ୍ଚ ପରିଚାଳନା କମିଟି,ପ୍ରଚାର ପ୍ରସାର କମିଟି,ସୁରକ୍ଷା ଓ ନିରାପତ୍ତା କମିଟି,ପରିମଳ କମିଟି, ସାଂସ୍କୃତିକ କମିଟି, ସ୍ମରଣିକା କମିଟି ଓ ବୌଦ୍ଧିକ କମିଟି। ପ୍ରତ୍ୟେକ କମିଟିକୁ ନିଜ ନିଜ ଦାୟିତ୍ୱ ସୁଚାରୁ ଭାବେ ପାଳନ କରିବାକୁ ଦାୟିତ୍ୱ ଦିଆଗଲା।ଜିଲ୍ଲାପାଳ ଲୋକମହୋତ୍ସବକୁ ଜିଲ୍ଲାର ଗୌରବମୟ ପରମ୍ପରା ଓ ସଂସ୍କୃତିର ପ୍ରତିକ ଭାବେ ବିବେଚନା କରି ସମସ୍ତ ଲୋକପ୍ରତି ନିଧି,ନୂଆପଡାବାସୀ,ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମନ୍ୱୟ ଓ ସହଯୋଗ କାମନା କରିଥିଲେ। ଶେଷରେ କବି ଗୌରାଙ୍ଗ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପ୍ରସ୍ତୁତି ବୈଠକକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା ଆୟୋଜନ କରିଥିଲେ।

Recent Comments

Leave Comments

Top