ସୁବର୍ଣ୍ଣପୁର/୧୨/୦୨/୨୦୨୬/(ଆଧାର ମିଡ଼ିଆ)-ଆଜି ଅପରାହ୍ନ ୦୫.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ରୟାଲ ପଡିଆ ପାର୍ଶ୍ୱରେ ନବନିର୍ମିତ କଲ୍ୟାଣ ଭବନଠାରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁର ଓ ଇଙ୍କଫେଷ୍ଟ୍, ସୁବର୍ଣ୍ଣପୁରଙ୍କ ମିଳିତ ଭାବେ ଆୟୋଜନ କରାଯାଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା-ଇଙ୍କଫେଷ୍ଟ -୨୦୨୬ ଆୟୋଜନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳ ନୀରେ ଜିଲ୍ଲା ସଂସ୍କୃତି ପରିଷଦ ତଥା ଜିଲ୍ଲାପାଳ,ଡ଼ ନୃପରାଜ ସାହୁ, ଇଙ୍କଫେଷ୍ଟର ସଭାପତି ଶ୍ରୀ ସ୍ଵାଧୀନ କୁମାର ମେହେର,ଉପ-ସଭାପତି,ଶ୍ରୀ ଗତିକୃଷ୍ଣ ମିଶ୍ର, ସମ୍ପାଦକ ଶ୍ରୀ ଆମ୍ବୁଜ କୁମାର ଶତପଥି ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅର୍ଜୁନ ମାଝୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।ଇଙ୍କଫେଷ୍ଟର ସମ୍ପାଦକ ଶ୍ରୀ ଶତପଥୀ ଉପସ୍ଥିତ ସମସ୍ତ ସମ୍ବାଦ ପତ୍ରଗୁଡ଼ିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଓ ଇଙ୍କ ଫେଷ୍ଟର ଅନ୍ୟ ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇଥିଲେ ଓ ଏହି ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ଆୟୋଜନ ଉପରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବିଶଦ ଭାବେ ଅବଗତ କରାଇଥିଲେ।
ଏହି ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ଇଙ୍କଫେଷ୍ଟ -୨୦୨୬ ଆଗାମୀ ତା ୧୪.୦୨.୨୦୨୬ ରୁ ୨୧.୦୨.୨୦୨୬ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ସ୍ଥିତ ରୟାଲ ପଡିଆ ଠାରେ ଅନୁଷ୍ଠିତ ହେବବୋଲି ସେ ପ୍ରକାଶକଲେ ଯେ ଚଳିତ ବର୍ଷ ୮୪ ଜଣ ବହି ପ୍ରକାଶନ ସଂସ୍ଥା ପ୍ରକାଶକ ପୁସ୍ତକ ବିକ୍ରେତା ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି, ତେଣୁ ଏଥି ନିମନ୍ତେ ଚଳିତବର୍ଷ ୮୪ ଗୋଟି ପୁସ୍ତକ ଷ୍ଟଲ ନିର୍ମାଣ କରାଯାଉଛି। ଏହି ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ବା ଉତ୍ସବ - ରେ ପ୍ରତିଦିନ ସୁବର୍ଣ୍ଣପୁର ଜିଲ୍ଲାର ଇତିହାସ, କଳା, ସାହିତ୍ୟ,। ଚଳିତ ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳାର ପ୍ରଚାର ଓ ପ୍ରସାର କରିବା ପାଇଁ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅନୁରୋଧ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ଗୋବିନ୍ଦ ମହାରଣାଙ୍କ ଜି ଅନେକ ବୁଦ୍ଧିଜୀବୀ, ନାଟ୍ୟଶ୍ରୀ ଗଦାଧର ବାରିକ, ଶ୍ରୀ ବେଣୁଧର ପଧାନ,ଈଙ୍କଫେଷ୍ଟ ଅନ୍ୟ ସଦସ୍ୟ ବୃନ୍ଦ, ଶ୍ରୀ ସୌରଭ ରଞ୍ଜନ ଖମାରୀ ଙ୍କ ସମେତ ମହାନଦୀ ସାହିତ୍ୟ ସାଂସଦ ର ସଦସ୍ୟବୃନ୍ଦ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ସୋନପୁର, ସୁଶ୍ରୀ ପ୍ରୀତି ସୁନାଙ୍କ ସମେତ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ସଂସ୍କୃତି,ଶିଳ୍ପ,ବିକାଶ ଓ ସାଂପ୍ରତିକ ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର ଯଥା ସୁବର୍ଣ୍ଣପୁରର ଟେରାକୋଟା - ୧.ଐତିହ୍ୟ ଓ ଶିଳ୍ପ ସୃଜନର ଉତ୍ତରାଧିକର,୨. ସନ୍ଥକବି ଭୀମ ଭୋଇଙ୍କ କୃତି - ସ୍ତୁତି ଚିନ୍ତାମଣି ଶତ ସ୍ଫୁରଣ, ୩. ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକତ୍ଵ ୪. ସୁବର୍ଣ୍ଣପୁର ରାଜ ଦରବାରର ସାରସ୍ଵତ ସୃଜନ, ମୁଦ୍ରଣ ଓ ମୂଲ୍ୟବୋଧ, ୫. ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା ସହିତ ବହୁଭାଷୀ କବିତା ଆସର ଆୟୋଜନ କରିବା ପାଇଁ କାର୍ଯ୍ୟକ୍ରମ ନିର୍ଧାରଣ କରାଯାଇଥିବା ବିଷୟରେ ଅବଗତ କରାଇଥିଲେ। ଏହି ଆଲୋଚନା ଚକ୍ରରେ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ କଥାକାର ଓ ଆଲୋଚକ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବା ଅବଗତ କରାଇଥିଲେ।
ଏହି ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ରେ ସୁବର୍ଣ୍ଣପୁର ଜିଲ୍ଲା ବହୁ ବୁଦ୍ଧିଜୀବୀ,ସାହିତ୍ୟ ପ୍ରେମୀ ଜନସାଧାରଣ, ସାହିତ୍ୟିକ,ଶିକ୍ଷକ,ଶିକ୍ଷୟତ୍ରୀ,ଲେଖକ,କବି,କବୟିତ୍ରୀ,ପାଠକ,ଛାତ୍ର ଛାତ୍ରୀ ଯୋଗଦାନ କରି ସେମାନଙ୍କ ଆବଶ୍ୟକ ଓ ଉପାଦେୟ ପୁସ୍ତକ କ୍ରୟକରିବାର ସୁଯୋଗ ଓ ଲାଭ ପାଇବା ସଙ୍ଗେ ସଙ୍ଗେ ସାରସ୍ଵତ ଉତ୍ସବ ତଥା ଆଲୋଚନା ଚକ୍ର ଓ ବହୁଭାଷୀ କବିତା ଆସରକୁ ଉପଭୋଗ କରିପାରିବେ।
ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ, ଅଧ୍ୟକ୍ଷ ତଥା ଜିଲ୍ଲାପାଳ, ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଏହି ମହାନ୍ ଐତିହ୍ୟ,କଳା ଓ ସାହିତ୍ୟର ମାଟି ଆୟୋଜିତ ହେବାକୁ ଯାଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ସମସ୍ତଙ୍କ ସହଯୋଗରେ ନିଶ୍ଚିତ ଭାବରେ ଓ ସଫଳ ଭାବରେ ଆୟୋଜିତ କରାଯିବ ଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲାର କଳା,ସାହିତ୍ୟ ଓ ସଂସ୍କୃତି ଆହୁରି ରୁଦ୍ଧିମନ୍ତ କରିବା ସହିତ କଳା ଓ ସାହିତ୍ୟ ବିକାଶ ପାଇଁ ଆଗାମୀ ପିଢ଼ିଙ୍କ ନିମନ୍ତେ ନିଶ୍ଚିତ ପ୍ରେରଣା ଯୋଗାଇବ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସମସ୍ତ ସମ୍ବାଦ ପତ୍ର ଗୁଡ଼ିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ବିଗତ ଦିନରେ ଏହି ଇଙ୍କଫେଷ୍ଟର ପ୍ରଚାର ଓ ପ୍ରସାର ପାଇଁ ସହଯୋଗ କରି ଆସୁଛନ୍ତ, ତେଣୁ ସେମାନଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା ଇଙ୍କଫେଷ୍ଟ ଓ ଜିଲ୍ଲା ପ୍ରଶାସନ କରାଯାଇଥିଲା.
Recent Comments