କଣିହାଁ/୧୨/0୨/୨0୨୬/(ଆଧାର ମିଡ଼ିଆ /ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକ ପିଏମ ଶ୍ରୀ ପବିତ୍ର ମୋହନ ଉଚ୍ଚ ମଧ୍ୟ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଜିତେନ୍ଦ୍ର କୁମାର ଭଞ୍ଜଙ୍କୁ, ବିଦ୍ୟାଳ ୟର ଅଧ୍ୟକ୍ଷ ସିଦ୍ଧିପ୍ରସାଦ ସାହୁ ସମ୍ମାନିତ କରିଥିବା ଜଣା ପଡିଛି,ବିଦ୍ୟାଳୟର ପ୍ଲାଟିନମ୍ ଯୁବ୍ଲିର ୭୫ବର୍ଷ ପୂର୍ତ୍ତିରେ ବନ୍ଧୁ ମିଳନ ଅବସରରେ ଜିତେନ୍ଦ୍ର କୁମାର ବନାଇ ଥିବା ପବିତ୍ର ମୋହନ ପ୍ରଧାନଙ୍କର ତୈଳଚିତ୍ରକୁ,ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମପାଟିଙ୍କୁ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵ ଅଙ୍କିତ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଉପହାର ଦେଇଥିଲେ. ଜିତେନ୍ଦ୍ର ବିକେ କଲେଜ୍ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟ୍’ ରୁ ୨୦୦୭ ମସିହାରେ ଡିଗ୍ରି ସାରି ୨୦୧୦ ମସିହାରେ ସେ ଉତ୍କଳ ସଂସ୍କୃତି ବିଶ୍ବିବିଦ୍ୟାଳୟରେ ସ୍ନାତକୋତ୍ତର ପୂରାକରି ଏମ୍ଫିଲ୍ ବି କରିଛନ୍ତି। ୨୦୧୦ ରେ ଚିତ୍ରକଳା ପାଇଁ ରାଜ୍ୟ ପୁରସ୍କାର ଓ ୨୦୧୪ ରେ ଜାତୀୟ ଛାତ୍ରବୃତ୍ତି ମଧ୍ୟ ପାଇଛନ୍ତି। ଜାତୀୟ ତଥା ଆନ୍ତରଜାତୀୟ ସ୍ତରରେ ମଧ୍ୟ ଶିଳ୍ପୀଙ୍କ ଛବିଗୁଡ଼ିକ ବେଶ୍ ଉଚ ପ୍ରଶଂସିତ ହୋଇଛି।ଏତତ୍ ବ୍ୟତୀତ ସେ ଜଣେ ଥିଏଟର୍ କଳାକାର ମଧ୍ୟ। ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପରେ ହେଉଥିବା ଅନେକ ନାଟକରେ ସେ ଜୀବନ୍ତ ଅଭିନୟ କରି ନିଜ ପ୍ରତିଭା ଦେଖାଇ ସାରିଛନ୍ତି। ସେ ଏକା ଧାରାରେ ଜଣେ ଚିତ୍ରଶିଳ୍ପୀ, ଅଭିନେତା,ସାହିତ୍ୟିକ ଓ ସମାଜସେବୀ ମଧ୍ୟ ତାଙ୍କପାଇଁ ଆଜି କଣିହାଁ ଅଞ୍ଚଳ ଗର୍ବିତ
Recent Comments