logo
add image
ଜିଲ୍ଲାସ୍ତରୀୟ ଜାତୀୟ କୃମି ନାସକ ଦିବସ ପାଳନ 

ଜିଲ୍ଲାସ୍ତରୀୟ ଜାତୀୟ କୃମି ନାସକ ଦିବସ ପାଳନ 

ସୁବର୍ଣ୍ଣପୁର/୧୦/୦୨/୨୦୨୬/(ଆଧାର ମିଡ଼ିଆ)-ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ପକ୍ଷରୁ ସୋନପୁର ବ୍ଲକ ନାଇକେନ ପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସେଣ୍ଟ ଜାଭିଅର ବିଦ୍ୟାଳୟ,ଶରଧାପାଲି ଠାରେ ଜାତୀୟ କୃମି ନାଶକ ଦିବସ ଉଦ ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ  ଅଧିକାରୀ ଡା ଉଷାରାଣୀ ଦାଶ ନିଜ ହାତରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଖୁଆଇ  ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ  ଅଧ୍ୟକ୍ଷl ନାଇକେନପାଲି ଡ଼ା ପୂଜାଶ୍ରୀ ମିଶ୍ର,  ADPHCO ବୃନ୍ଦାବନ ସାହୁ ଓ ବିଦ୍ୟାଳୟ ର ନିର୍ଦେଶକ ଡ଼ ଅରୁଣ କୁମାର ରଥଙ୍କ ତତ୍ୱାବଧାନ ରେ ପରିଚାଳନା ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ADPHO (DC) ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, DPM ରୂପକ କୁମାର ମହାପାତ୍ର, AMCP ତରଣୀସେନ ପ୍ରଧାନ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ନାଇକେନପାଲି ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼l ସରୋଜ କୁମାର ପଟେଲ, ସ୍ୱାସ୍ଥ୍ୟ ପରିଦର୍ଶକ ସିମାଞ୍ଚଳ ଦାଶ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁସ୍ମିତା ସୁନା,ଶୁଭଲଷ୍ମୀ ବାଘ,ଦୀପଞ୍ଜଳି ଭୋଇ,ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ ଓ ସମସ୍ତ ଶିଶୁଙ୍କୁ କୃମି ନାଶକ ବଟିକା ନିଜର ତତ୍ୱାବଧାନରେ ଖୁଆଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇବା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଗୁପ୍ତେଶ୍ୱର ସାହୁ,ଶିକ୍ଷକ ଜୟନ୍ତ କୁମାର ସାହୁ, ସମୀର କୁମାର ଷଡ଼ଙ୍ଗୀ,ସୁରେନ୍ଦ୍ର ମଲ୍ଲିକ, ପୁର୍ଣିମା ପାଣିଗ୍ରାହୀ ସହଯୋଗ କରିଥିଲେ।

Recent Comments

Leave Comments

Top