ସୁବର୍ଣ୍ଣପୁର/୧୦/୦୨/୨୦୨୬/(ଆଧାର ମିଡ଼ିଆ)-ଜିଲ୍ଲା ପ୍ରଶାସନ ସେକ୍ସନ ସୁବର୍ଣ୍ଣପୁର ଆନୁକୂଲ୍ୟରେ ସୋନପୁର ଉପକାରାଗାରରେ ବୟୋଜ୍ୟେଷ୍ଠ ଅନ୍ତେବାସୀ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପ -ଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅଞ୍ଜୁଲତା ମିଶ୍ର, ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାର ମେଡିକାଲ ଅଫିସର ଡାକ୍ତର ଆଶୁତୋଷ ମିଶ୍ର, ଫିଜୋଥରାପିଷ୍ଟ୍ ଟିକେରାମ ମେହେର, ଅନଙ୍ଗ ନେଗୀ (ରେଆର) ସମ୍ପାଦକ ଅଞ୍ଜଳୀ ପଧାନ, ମନୋଜ କୁମାର ସ୍ୱlଇଁ କାଉନସିଲର ରେଆର ସୋନପୁର,ଉପ କାରାଗାରର ଫାର୍ମାସିଷ୍ଟ ପ୍ରଭାକର ଦଳାଇ , ଉପ କାରାଗାର ରକ୍ଷକ ଶୁକସାର ଡାକୁଆ ଓ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ଜ୍ୟୋତି ରଂଜନ ପଟ୍ଟନାୟକ ଆଦି ମଞ୍ଚାସିନ ଥିଲେ ଓ ଅଟଳ ବୟ ବନ୍ଦନୀୟ ଯୋଜନା ଓ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ବିଷୟରେ ଆଲୋକପାତ କରିବା ସଂଗେ ସଂଗେ ବରିଷ୍ଠ ବନ୍ଦୀ ମାନଙ୍କୁ ବସ୍ତ୍ର ପ୍ରଦାନ ସହିତ ଦୁଇଶହରୁ ଅଧିକ ବନ୍ଦୀକୁ ଖାଦ୍ୟପେୟ ଓ ମିଷ୍ଟାନ ବଣ୍ଟନ କରିଥିଲେ l ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଔଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମସ୍ତ ବନ୍ଦୀ ଓ କର୍ମଚାରୀ ଉତ୍ସାହର ସହ ସାମିଲ ହୋଇ ସହଯୋଗ କରିଥିଲେ
Recent Comments