logo
add image
ଖାଲରେ ପଡ଼ି ବାଇକ୍ ଚାଳକ ଗୁରୁତର,କଲଭର୍ଟ ନିର୍ମାଣପାଇଁ ଖାଲ ଖୋଲାଯାଇ ଥିଲା, 

ଖାଲରେ ପଡ଼ି ବାଇକ୍ ଚାଳକ ଗୁରୁତର,କଲଭର୍ଟ ନିର୍ମାଣପାଇଁ ଖାଲ ଖୋଲାଯାଇ ଥିଲା, 

ପୁରୀ/୯/୨/୨୦୨୬/(ଆଧାର ମିଡ଼ିଆ)-ସୋମବାର ରାତି ୮ ଟାରେ ବଳଙ୍ଗା ନିମାପଡା ରାସ୍ତାର କାଶିଆ ଛକ ନିକଟରେ କଲଭର୍ଟ ନିର୍ମାଣ ପାଇଁ ଖାଲରେପଡ଼ି ଜଣେ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ବାଇକ୍ ଚାଳକ ଜଣକ ବଳଙ୍ଗା ଥାନା ବାୟାବର ଗ୍ରାମର କୀର୍ତ୍ତିରଞ୍ଜନ ବରାଳ ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ କୀର୍ତ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିମାପଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇ ଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତେଜନା ଦେଖା ଦେଇଥିଲା। ସୁଚନା ମୁତାବକ ନିମାପଡା ବଳଙ୍ଗା ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ଏହି ରାସ୍ତାର କାଶିଆ ଛକ ନିକଟରେ ଥିବା ପୁରୁଣା କଲଭର୍ଟ ଭଙ୍ଗାଯାଇ ନୂଆ କଲଭର୍ଟ ନିର୍ମାଣ ହେଉଛି । ସେଥିପାଇଁ ବିରାଟ ଖାଲ ଖୋଳା ଯାଇଥିଲା ବେଳେ ସେଠାରେ ଠିକା ସଂସ୍ଥା ପକ୍ଷରୁ କୌଣସି ସତର୍କତା ସୂଚକ ସୁଚନା ଲଗା ନଯିବା କାରଣରୁ କୀର୍ତ୍ତି ରାତିରେ ବାଇକ୍ ଯୋଗେ ନିମାପଡାରୁ ଘରକୁ ଫେରୁଥିଲା ବେଳେ  ବାଇକ୍ ସହ ୬ଫୁଟ ଖାଲତଳକୁ ପଡ଼ି ଦୁର୍ଘଟଣାର ଶୀକାର ହେଇଥିଲେ। 

Recent Comments

Leave Comments

Top