logo
add image
୧୨ ଫେବୃଆରୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ବାନ

୧୨ ଫେବୃଆରୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ବାନ

କଣିହାଁ/0୬/0୨/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ଏନଟିପିସି କରଡେଇ ଛକ ନିକଟରେ ଟ୍ରେଡ଼ ୟୁନିୟନ ମାନଙ୍କ ମିଳିତ ଘୋଷଣା ଅନୁସାରେ ଏଆଇୟୁଟିୟୁସି ପକ୍ଷରୁ ଏକ ପଥପ୍ରାନ୍ତ ସଭା ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶ୍ରମିକ କର୍ମଚାରୀ ବିରୋଧି ୪ଟି ଶ୍ରମ କୋଡ଼କୁ ବାତିଲ କରିବା, ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର,ସମାନ କାମକୁ ସମାନ ମଜୁରୀ, ଆଶା,ଅଙ୍ଗନୱାଡି ସମେତ ସମସ୍ତ ସ୍ମିମ ଶ୍ରମିକଙ୍କୁ ସରକାରୀ କର୍ମଚାରୀର ମାନ୍ୟତା,ଆକାଶ ଛୁଆଁ ଦରଦାମ ବୃଦ୍ଧିବନ୍ଦ, ସ୍ମାର୍ଟମିଟର ଲଗାଇବା ବନ୍ଦ ଆଦି ୨୧ଦଫା ଦାବୀରେ ୧୦ଟି କେନ୍ଦ୍ରିୟ ଶ୍ରମିକ ସଂଗଠନର ମିଳିତ ମଞ୍ଚ ଆହ୍ଵାନରେ ୧୨ ଫେବୃୟାରୀ ୨୦୨୬ ରେ ସାରା ଭାରତ ସାଧାରଣ ଧର୍ମଘଟର ଡାକରା ଦିଆଯାଇଛି ।
ଏହି ଧର୍ମଘଟକୁ ସଫଳ କରିବା ପାଇଁ ଶୁକ୍ରବାର ଦିନ ସଂଧ୍ୟା ୫ଟା ବେଳେ କରଡେଇ ଛକ ନିକଟସ୍ଥ ପିଟିଏସ୍ ଗେଟ୍ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ୟୁନାଇଟେଡ୍ ଏମ୍ପ୍ଲୋଇଜ ୟୁନିୟନର ଯୁଗ୍ମ ସଂପାଦକ ଦୁଃଖିଶ୍ୟାମ ମଲ୍ଲିକ ଓ ତାଳଚେର ସୁପର ଥର୍ମାଲ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରହ୍ଲାଦ ଚନ୍ଦ୍ର ସାହୁ ଉପସ୍ଥିତ ରହି ଶ୍ରମଜୀବି ଜନ ସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି ବୋଲି ପ୍ରକାଶ କରିଥିଲେ। ଶ୍ରମକୋଡ଼ ଲାଗୁ ହେଲେ ଶ୍ରମିକମାନେ କେବଳ ଦାଣ୍ଡର ଭିକାରୀ ନୁହେଁ, ଆଧୁନିକ କ୍ରୀତ ଦାସରେ ପରିଣତ ହେବେ। ଯେ କୌଣସି ମୂଲ୍ୟ ଦେଇ ଏହାକୁ ରୋକିବାକୁ ପଡିବ ଓ ଆଗାମୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ବକ୍ତାମାନେ ଉପସ୍ଥିତ ଶ୍ରମିକ ତଥା ଜନ ସାଧାରଣଙ୍କୁ ନିବେଦନ କରିଥିଲେ ।

Recent Comments

Leave Comments

Top