କନ୍ଧମାଳ/୦୬/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):ଅତିଶୀଘ୍ର ହେବ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା। ଏନେଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି କନ୍ଧମାଳ ପୋଲିସ, ସିଆରପିଏଫ ଓ ବି ଏସ ଏଫ ଯବାନ ମାନେ। ଏହି କ୍ରମ ରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜି ପୋଲିସ ନୀତି ଶେଖର ଓ କନ୍ଧମାଳ ଏସପିଙ୍କ ନିକଟରେ ଅଣଓଡ଼ିଆ କେକେବିଏନ ଡିଭିଜନ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଚାରି ମାଓବାଦୀ ଛତିଶଗଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି l
ଏହି ୪ଜଣ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିବା ସହ ବନ୍ଧୁକ,ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ସହିତ ଆତ୍ମ ସମର୍ପଣ କରିଛନ୍ତି l ଏଥିରେ ରହିଛି ଏସଲାର ବନ୍ଧୁକ ଗୋଟିଏ,୩୦୩ ବନ୍ଧୁକ ଦୁଇଟି,ବରବୋର ବନ୍ଧୁକ ଗୋଟିଏ,ଏସଲାର ଜୀବନ୍ତଗୁଳି ୧୬ ଟା,୩୦୩ ଜୀବନ୍ତ ଗୋଳି ୨୨ ଟି, ୧୨ ବୋର ଜୀବନ୍ତ ଗୋଳି ୪ ଟା,ୱାକି ଟକି ଦୁଇଟା, ମେଡ଼ିସିନ, ବିଦ୍ୟୁତ ତାର ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ରହିଛି l ଏହି ଚାରିଜଣକ ମଧ୍ୟରେ ଜଣେ ପୁରୁଷ ଓ ତିନିଜଣ ମହିଳା ମାଓବାଦୀ ଅଛନ୍ତି l
ସେମାନେ ହେଲେ ୧.ଗଙ୍ଗା କୁଞ୍ଜମୀ ଓରଫ ଜିତେନ୍,୨.ମୁଚାକି ମାସେ ଓରଫ ସୁମିତ୍ରା ୩.ଚୋମାଳୀ କୁଞ୍ଜମ ଓରଫ ଶାନ୍ତିଲା ଓ ଅନ୍ୟଜଣେ ହେଲେ ୪.ବନ୍ଦୀ ମାଧବୀ ଓରଫ ମାଳତୀ l ଏହି ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ଆଜି ଆଇଜି ପୁଲିସ ନୀତି ଶେଖର,କନ୍ଧମାଳ ଏସପି ହରିଶ ବିଶି, ବିଏସଫ ଆଧିକାରୀ ଅଜୟ କୁମାର,ବିଏସ ଏଫକମାଡେଣ୍ଟ ମାନସ ରଞ୍ଜନ ପଣ୍ଡା, ଓ ସି ଆର ପି ଏଫ କମାଡେଣ୍ଟ ସଂଜୀବ ଟିଏମ ଙ୍କ ସମ୍ମୁଖରେ ଅସ୍ତ୍ର ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଆତ୍ମସମର୍ପଣ କରିଥିଲେ l
ଆଇଜି ନୀତି ଶେଖର ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି ଯେ,ଯେଉଁମାନେ ବର୍ତ୍ତମାନ ମାଓ ସଂଗଠନ ସହ ସାମିଲ ଅଛନ୍ତି ସରକାରଙ୍କ ଆତ୍ମ ସମର୍ପଣ ନୀତି ଜରିଆରେରେ ପୋଲିସ ପାଖରେ ଆତ୍ମସମର୍ପଣ କରେ ମାଓବାଦୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ପାଇବା ସହ ସମାଜର ମୁଖ୍ୟ ସୋତ୍ରରେ ସେମାନେ ସାମିଲ ହୋଇପାରିବେ ବୋଲି ଆହ୍ୱାନ ଦେଇଛନ୍ତି।
Recent Comments