logo
add image
ଓଡିଶା ଯୋଗାଣ ନିଗମର ଜିଏମଙ୍କ ମଣ୍ଡିପରିଦର୍ଶନ

ଓଡିଶା ଯୋଗାଣ ନିଗମର ଜିଏମଙ୍କ ମଣ୍ଡିପରିଦର୍ଶନ

ପୁରୀ/୪/୨/୨୦୨୬/(ଆଧାର ମିଡ଼ିଆ)-ଓଡିଶା ଯୋଗାଣ ନିଗମର ଜିଏମ ୟୁକେ ମିଶ୍ର ଗତକାଲି ପୁରୀଜିଲ୍ଲାର ବିଭିନ୍ନ ପାକ୍ସ ବା ଧାନମଣ୍ଡି ପରିଦର୍ଶନ କରିଛନ୍ତି।ସେ ସତ୍ୟବାଦୀ ବ୍ଲକର ମୂଳ ଅଳସ ସୋସାଇଟି ଓ ଶ୍ରୀରାମଚନ୍ଦ୍ରପୁର ମଣ୍ଡି ଏବଂ ସଦର ବ୍ଲକର ବାଲିପୁଟ ସୋସାଇଟିକୁ ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।କୌଣସି ପରିସ୍ଥିତିରେ ଚାଷୀ ଯେପରି ହଇରାଣ ହରକତ ନହୁଅନ୍ତି, ମଣ୍ଡି ମାନଙ୍କରେ ସେମାନଙ୍କ ପାଇଁ ବିବିଧ ଆନୁଷଙ୍ଗିକ ସୁବିଧା ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ପ୍ରୋକରୋମେଣ୍ଟ ଜିଏମ ଏଲୋରା ସାମଲ,ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ,ଡିଆରସିଏସ ସରୋଜିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ବର୍ତ୍ତମାନ ସୁଦ୍ଧା ୮ ହଜାର ଚାଷୀ ମାନଙ୍କ ଠାରୁ ୩୧୪୪୧୮ କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ୫୬,୦୫,୮୫,୦୨୦ ଟଙ୍କା ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।

Recent Comments

Leave Comments

Top