logo
add image
ସହରର ଶ୍ରୀରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ 

ସହରର ଶ୍ରୀରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ 

ବୌଦ୍ଧ/୦୨ /୦୨ /୨୦୨୬/(ଆଧାର ମିଡ଼ିଆ)-ହିନ୍ଦୁ ସମାଜର ଆତ୍ମଶକ୍ତିର ଜାଗରଣ ତଥା ସନାତନ ଧର୍ମ,ସଂସ୍କୃତି ଓ ସାମାଜିକ ଏକତାର ପ୍ରତିକ ହିନ୍ଦୁ ସମ୍ମିଳନୀ ଆଜି ବୌଦ୍ଧ ସହରର ରାମେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ହିନ୍ଦୁ ସମାଜର ରାମେଶ୍ୱର ବସତି ସଭାପତି ସୂର୍ଯ୍ୟନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ମହାପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଳ ଓ ମୁଖ୍ୟବକ୍ତା ଭାବେ ସଂଘର ବିଭାଗ ବୌଦ୍ଧିକ ପ୍ରମୁଖ ଦେବଦତ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ରାଷ୍ଟ୍ରର ସୁରକ୍ଷାପାଇଁ ସମସ୍ତ ହିନ୍ଦୁ ଭେଦଭାବ ଭୁଲି ଏକତ୍ରିତ ହେବାପାଇଁ ଆହ୍ୱାନ ଦେଇଥିଲେ l
ହିନ୍ଦୁ ସମ୍ମିଳନୀର ନଗର ସଂଯୋଜକ ସାର ପ୍ରଧାନ  ମଞ୍ଚ ପରିଚାଳନା କରିଥିବାବେଳେ ବସତି ସହ ସଂଯୋଜକ ବୁଲୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାୟତ୍ରୀ ପରିବାର ପକ୍ଷରୁ ହୋମଯଜ୍ଞ, ସ୍ଥାନୀୟ ଜଳେଶ୍ୱର ବେଦ ବିଦ୍ୟାପୀଠ ଛାତ୍ରଙ୍କ ଦ୍ୱାରା ବେଦପାଠ କରାଯାଇଥିଲା  ଏହି କାର୍ଯ୍ୟକ୍ରମରେ ବସତିର କାର୍ଯ୍ୟକର୍ତ୍ତା, ସେବିକା ସମିତି ମାତୃ ମଣ୍ଡଳୀ,ସହରର ବହୁ ବିଶିଷ୍ଟ ବ୍ୟକ୍ତି,ବଜରଙ୍ଗ ଦଳ,ବିଦ୍ୟାର୍ଥୀ ପରିଷଦ ସଦସ୍ୟ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ।

Recent Comments

Leave Comments

Top