ରେଢ଼ାଖୋଲ/୧/୦୨/୨୦୨୬(ଆଧାର ମିଡ଼ିଆ)-ଗତ ଜାନୁୟାରୀ ୨୯ତାରିଖରୁ ଆରମ୍ଭ ହୋଇଥିବା ୪ଦିନିଆ ଭୀମଭୋଇ ଲୋଡ ମହୋତ୍ସବ ଉଦଯାପିତ ହୋଇଯାଇଛି,ଯଥା ରୀତିନୀତିରେ ମଞ୍ଚପୂଜନ ଓ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଯ୍ୟୁ ଳନ ପୂର୍ଵକ ଆରମ୍ଭ ହୋଇଥିଲା ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ରଶ୍ମି ରଞ୍ଜନ ମହନ୍ତ ମଞ୍ଚାସିନ ଅତିଥି ମାନଙ୍କୁ ଉପ କୌଢନ ଦେଇ ସମର୍ଦ୍ଧିତ କରିଥିଲେ,ମଞ୍ଚରେ ଉପସ୍ଥିତ ଥିଲେ ରେଢ଼ାଖୋଲ ପଂଚାୟତ ସମିତି ଅଧକ୍ଷ ପ୍ରଦୀପ ପ୍ରଧାନ, ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଶିବରାମ ସାହୁ, ନାକଟିଦେଉଳ ପଂଚାୟତ ସମିତି ଅଧକ୍ଷା ସୁରୂପା ରାଣୀ ସାହୁ,ସାଂସଦଙ୍କ ପ୍ରତିନିଧି ଦେବେନ୍ଦ୍ର ମହାପାତ୍ର ମହାନ ଚେତନା ଆଧ୍ୟାତ୍ମିକ କ୍ରାନ୍ତିର ଏକ ମହାନ ପୀଠବୋଲି କହିଥିଲେ,ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ ଆଚାର୍ଯ୍ୟ ଏହି ରେଢ଼ାଖୋଲ ଓଡିଶାର ସାଂସ୍କୃତିକ ଇତିହାସରେ ଏକ ନୂଆପୃଠା ଯୋଡିଦେବ ବୋଲି କହିଥିଲେ.
ସେହିପରି ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଗବେଷକ ଅତୁଲ ପ୍ରଧାନ କହିଥିଲେ ଯେ ରେଢ଼ାଖୋଲ ମାଟିହେଉଛି ପ୍ରାଗ ଐତିହାସିକ ଯୁଗର ଜୀବନ୍ତ ଦସ୍ତାବିଜ/ଏଥିପାଇଁ ସେ ଗବେଷଣା ଓ ଉତ ଖନନ ଉପରେ ଗୁରୁତ୍ୱ ଆରୋପ କରିଥିଲେ/ଉତ୍ତରାଞ୍ଚଳ କୃଷି ବିଭାଗର ଅଧିକ୍ଷକ ନରେନ୍ଦ୍ର କୁମାର ପଣ୍ଡା ଏଠାରେ ଚାଲିଥିବା କୃଷି ମେଳାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ.ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ଡ଼ ସି୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମର୍ଦ୍ଧିତ କରିଥିଲେ.ଏହି ଉପଲକ୍ଷେ ସ୍ବର୍ଗତ ସାମ୍ବାଦିକ ରମାକାନ୍ତ ମହାନନ୍ଦ, ସହିଦ ଯବାନ ରଞ୍ଜନ କୁମାର ସାହୁ, ଶୁକଦେବ ପ୍ରଧାନ,ଚାମ୍ପେଶ୍ୱର ମହାକୁଡ଼ଙ୍କ ପରିବାରର ପ୍ରତିନିଧି ମାନଙ୍କୁ ସମର୍ଦ୍ଧିତ କରା ଯାଇଥିଲା.ସେହିପରି ଆଶାକର୍ମୀ ତାରିଣୀ ସମରଥା, ଅଙ୍ଗନବାଡି କର୍ମୀ ପ୍ରୀତିରଣୀ ଦାଶ, ଅନ୍ତର୍ଜାତୀୟ କ୍ରୀଡ଼ାବିତ ଅମୀୟ କୁମାର ପ୍ରଧାନ, ବିଶିଷ୍ଟ ସାହିତ୍ୟିକ ଦିବାକର ଭୋଇ, ରକ୍ତଦାତା ପ୍ରମୋଦ ସାହୁ, ଶସ୍ୟ ବିଜ୍ଞାନ ଗବେଷକ ଡ଼ ଗୌରୀଶଙ୍କର ପ୍ରଧାନ, ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧୀରକୁମାର ସ୍ୱାଇଁ ଲୋକମାହ ତ୍ସବର ଲୋଗୋ ଡିଜାଇନ କରିଥିବାରୁ, ଲୋକମୋହତ୍ସବର ଗୀତର ଗୀତିକାର ଉମାକାନ୍ତ ମହାନନ୍ଦଙ୍କୁ ସମର୍ଦ୍ଧିତ କରାଯାଇଥିଲା.ସଫଳ ଚାଷୀ ଯଶୋଦା ମେସ୍ବା, ନିତ୍ୟାନନ୍ଦ ଦେହୁରୀ,ପାର୍ବତୀ ସେଠି,ଗଣେଶ୍ୱର ସାହୁ, କେଦାର ଦେହୁରୀ ଓ ପ୍ରଶାନ୍ତ କୁମାର ସିଂହଙ୍କୁ ସମର୍ଦ୍ଧିତ ହୋଇଥିଲେ.ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଖୋର୍ଦ୍ଧାର ପାଇକ ନୃତ୍ୟ, ଲୋଇସିଂହା ର ରାସାରକେଳି,ରାୟଗଡାର ଢ଼େମସା,ବଲାଙ୍ଗୀରର ସମ୍ବଲପୁରୀ ଲୋକନୃତ୍ୟ.ହାସ୍ୟ ଅଭିନେତା ମି ଗୁଲୁଆ ହସ୍ୟ ରସାତ୍ମକ ଲୋକମାନଙ୍କୁ ବେଶ ହସାଇଥିଲା.ଅତିଥି ଗାୟିକା ଅର୍ଚନା ପାଢ଼ୀଙ୍କ ସଂଗୀତର ଯାଦୁ ସଭିଙ୍କ ମନ ଜିଣିଥିଲା /ଏହି ଅବସରରେ ଲୋକମୋହତ୍ସବ ର ସ୍ମରଣିକା ଉନ୍ମୋଚନ କରାଯାଇଥିଲା.ସ୍ମରଣିକାର ସମ୍ପାଦକ ମଣ୍ଡଳୀଙ୍କୁ ଓ ସଂଗୀତ ନୃତ୍ୟ ପ୍ରତିଯୋଗିତା ବିଚରାକ ମଣ୍ଡଳୀଙ୍କୁ ସମର୍ଦ୍ଧିତ କରାଯାଇଥିଲା.ଶେଷରେ ଲାଇଟ ସାଉଣ୍ଡ ଟେଣ୍ଟ କାର୍ଯ୍ୟକର୍ତାଙ୍କୁ ସମର୍ଦ୍ଧିତ କରାଯାଇ ଥିଲା.
Recent Comments