logo
add image
ନିଆଁ ଲାଗି ଜଳିଗଲା ୨ଶହବସ୍ତା ଧାନ

ନିଆଁ ଲାଗି ଜଳିଗଲା ୨ଶହବସ୍ତା ଧାନ

ବିନିକା/୧୫ /୧/୨୦୨୬/(ଆଧାରମିଡିଆ-ଅକ୍ଷୟ କୁମାର ପୂଜାହାରୀ)- ଗୁରୁବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ରଖଲାରେ ନିଆଁଲାଗି ଜଳିଗଲା ପ୍ରାୟ ୨ ଶହ ବସ୍ତା ଧାନ l ଚାଷୀ ପରିବାର ମମାହତ।ସୂଚନା ମତେ ବିନିକା  ପାପକ୍ଷୟ ଗେଟରୁ ମାତ୍ର ୩ ଶହ ମିଟର ସୋନପୁର ରାସ୍ତାଗଲେ ଡାହାଣ ପଟରେ  ନିଜ ଖଳାରେ ବିନିକା ଭୁବନେଶ୍ୱର ପାତ୍ର  ଚାଷୀ ପ୍ରାୟ ୨ ଶହ ବସ୍ତା ଧାନ ସାଇତି ରଖିଥିଲେ l ଚାଷ ଜମିରେ କେହି ନିଆଁଲଗାଇ ଦେବାରୁ ନିଆଁ ଖଳାକୁ ଆସି ଧାନ ବସ୍ତା  ଗୁଡିକ ହୁ ହୁ ହୋଇ ଜଳିବାକୁ ଲାଗିଲା । ଲୋକେ ନିଆଁ ଲାଗିଥିବା ଦେଖି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳେ ପ୍ରାୟ ଧାନବସ୍ତା ଜଳି ଯାଇଥିଲା।
ପରେ  ଅଗ୍ନିସମ ବାହିନୀ ଆସି ନିଆଁ ଲିଭାଇ ଥିଲେହେଁ ଜଳି ନଥିବା ଧାନ ପୁଣି ଓଦା ହୋଇଯାଇଛି l ଯାହା କି ବିକ୍ରୟ ପାଇଁ କଷ୍ଟକର ହୋଇପାରେ ଏ ବିଷୟରେ ପାତ୍ର ବିନିକା ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି। ସେଥିରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିପୂରଣ ଦାବୀ କରିଛନ୍ତି l  ପୋଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଜାରିରଖିଛି
ସୁଚନା ‌ଯୋଗ୍ୟ ବର୍ତ୍ତମାନ ଚାଷୀ ରବିଚାଷ ପାଇଁ ବିଲରେ ନିଆଁ ଲଗାଇ ନଡା ପୁଡାଊଅଛି ।ଏହାଫଲରେ ଅଞ୍ଚଳ ପଲୁସନ ବୃଦ୍ଧି ହେବାସହ ଅନେକ ଚାଷୀଙ୍କ ପାଲଗଦା, ଗଛପତ୍ର,ଧାନଗଦା ପୋଡି ଯିବାରୁ କେତେକ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଣୁ ବିନିକା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଚାଷୀମାନଙ୍କୁ ସଚେତନତା କରି ଵାସହ ଵିଲରେ ନାଆଁ ଲଗାଇ ଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧି ଜିଵିମହଲରେ ଦାବି ହେଉଛି।     

Recent Comments

Leave Comments

Top