logo
add image
ଯୁବବ୍ୟବସାୟୀ ଅରୂପଙ୍କ ବିୟୋଗରେ ଗଣେଶ ବଜାରରେ ଶୋକରଛାୟା

ଯୁବବ୍ୟବସାୟୀ ଅରୂପଙ୍କ ବିୟୋଗରେ ଗଣେଶ ବଜାରରେ ଶୋକରଛାୟା

କାକଟପୁର/7/୧/୨୦୨୬/(ଆଧାର ମିଡ଼ିଆ)-କାକଟପୁର ଗଣେଶ ବଜାରରେ ଦୀର୍ଘ ତିରିଶି ବର୍ଷରୁ ଅଧିକଦିନ ଧରି ବ୍ୟବସାୟ କରୁଥିବା ପଥରପକା ଗ୍ରାମର ଅରୁପ ନାୟକ(୪୨)ଙ୍କର ଅକାଳ ବିୟୋଗରେ ଆଜି ଗଣେଶ ବଜାରର ବ୍ୟବସାୟୀ ମାନେ ଗଭୀର ଭାବରେ ମର୍ମାହତ ହୋଇପଡିଛନ୍ତି,ଏହିଖବର ପ୍ରଚାରିତ ହେବାକ୍ଷଣି ସମସ୍ତେ ହତବାକ୍ୟ ହୋଇପଡ଼ିଥିଲେ,ଅରୂପ ଜଣେ ମେଳାପୀ ଓ ଖୁସି ମିଞ୍ଜାସର ଲୋକ ଥିବାବେଳେ ବଜାର ପିକିନିକ ସମୟରେ ଆଗକୁ ବାହାରି ସବୁକାମ କରିବାସହିତ ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହୋଇଥାଏ,ଗଣେଶ ବଜାର କମିଟି ତରଫରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆପେ ଆପେ ବଜାର ବନ୍ଦକରିବା ସହିତ ଶେଷଦର୍ଶନ କରିବାକୁ ଆମ୍ବୁଲାନ୍ସକୁ ଅପେକ୍ଷା କରି ଥିଲେ l ସ୍ୱର୍ଗତ ଅରୁପ କିଛିଦିନ ହେବ କୀଡୀନି ଜନିତ ରୋଗରେ ଚିକିତ୍ସିତ ହେଉଥିଲେ l ଗତକାଲି ବିଳମ୍ବିତ ରାତ୍ର ରେ କଟକ ବଡ଼ମେଡିକାଲରେ ତାଙ୍କର ଦେହାନ୍ତ ହୋଇଥିଲା l
ତାଙ୍କର ପାର୍ଥିବ ଶରୀର କାକଟପୁର ପହଂଚିବା ପରେ ବ୍ୟବସାୟୀ ଭାଇମାନେ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣକରି ଶେଷଦର୍ଶନ କରିଥିଲେ l ତାଙ୍କର ଦୁଇଟିସନ୍ତାନ,ବିଧବାପତ୍ନୀ ବାପା,ମା ଓ ସାନଭାଇ ବାପି ଗଭୀର ମର୍ମାହତ ହୋଇଥିବା ବେଳେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଇଥିଲା  l ବଜାର କମିଟି ପକ୍ଷରୁ ସଭାପତି କମଳଲୋଚନ ଦୀକ୍ଷିତ,ସୌମ୍ୟ ରଞ୍ଜନ ଦାସ,ପ୍ରଶାନ୍ତ ଜେନା,ବିଜୟ କୁମାର ଦାଶ,ବସନ୍ତ କୁମାର ସ୍ୱାଇଁ,ନକୁଳ ସାହୂ, ଦେବାଶିଷ ଦୀକ୍ଷିତ,ବାବାଜୀ ଚରଣ ସେନାପତି,ଉପେନ୍ଦ୍ର କୁମାର ଲେଙ୍କା,ସମାଜ ସେଵୀ ତଥା ବିଶିଷ୍ଟ ଯୁବ ବ୍ୟବସାୟୀ ଅଶୋକ କୁମାର ଦୀକ୍ଷିତ,ଓ ଅନ୍ୟ ସଭ୍ୟମାନେ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି l ସେ ଜଣେ ପରୋପକାରୀ,ମିଷ୍ଠ ଭାସୀ ଓ ସହୃଦୟ ବ୍ୟକ୍ତିଭାବେ ସାରା ଅଞ୍ଚଳରେ ପରିଚିତ ଥିଲେ, ତାଙ୍କର ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଆତ୍ମୀୟ ସଜ୍ଜନ ଓ ବ୍ୟବସୟୀ ବନ୍ଧୁମାନେ,

Recent Comments

Leave Comments

Top