ଭବାନୀପାଟଣା/୦୭/୦୧/୨୦୨୬/(ଆଧାର ମିଡ଼ିଆ)-ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପାଞ୍ଚଦିନିଆ ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି। ମେଳାର ଅନ୍ତିମ ଦିବସରେ ମାନ୍ୟବର ବିଧାୟିକ ଜୁନାଗଡ଼ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ କୃଷିକ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବାପାଇଁ ଉତ୍ସାହିତ କରିଥିଲେ। ଜିଲ୍ଲାମୁଖ୍ୟ କୃଷିଅଧିକାରୀ ଶ୍ରୀ ପ୍ରମୋଦ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଠିକ ସେପରି ଅନ୍ୟନ୍ୟ ସମ୍ମାନିତ ଅତିଥିଭାବେ ନିର୍ବାହୀ ଯନ୍ତ୍ରୀ ଇଂ ଅଜୟ କୁମାର ମାରାଣ୍ଡି,କୃଷିମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼.ମଧୁମିତା ସିଂ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଅନନ୍ତ ନାରାୟଣ ପଣ୍ଡା,ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଶ୍ରୀ ନିରଦ କୁମାର କହଁର,ବିଡ଼ିଓ ନର୍ଲା ଶ୍ରୀ ବିପିନ ବିହାରୀ ଦୀପ, ଏ ପି କଲର ଜିଲ୍ଲା ସଂଯୋଜକ ଶ୍ରୀମତୀ ଏଲିନା ନାୟକ,ବିସିସି ବ୍ୟାଙ୍କ ସଭାପତି ଶ୍ରୀ ଗିରିଶଚନ୍ଦ୍ର ବେହେରା ଏବଂ ଜିଲ୍ଲା କୃଷିଅଧିକାରୀ ଶ୍ରୀ ନୌକେସ୍ବର ନାଗ ପ୍ରମୁଖ ମଞ୍ଚାସିନହୋଇ କୃଷି ଏବଂ କୃଷକ ସଶକ୍ତ ତଥା ଉନ୍ନତି ନିମନ୍ତେ ନିଜର ବକ୍ତ୍ୟବ ରଖିଥିଲେ। ଶେଷରେ ଭବାନୀପାଟଣା ବ୍ଲକ କୃଷିଅଧିକାରୀ ଶ୍ରୀ ସୁଶୁଲିକୁମାର ସେଠୀ ମଞ୍ଚାସିନ ସମସ୍ତ ଅତିଥି ତଥା ମେଳାରେ ଲାଗିଥିବା ଷାଠିଏଗୋଟି ସ୍ଟଲର ପ୍ରତିନିଧି,ଜିଲ୍ଲା କୃଷକସମାଜ଼ ଏବଂ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୭୦୦ ରୁ ଉର୍ଦ୍ଧ କୃଷିଭାଇ ଯୋଗ ଦେଇଥିଲେ। ତଥ୍ୟ ଅନୁଯାୟୀ ଏହି ମେଳାର ୫ ଦିନ ମଧ୍ୟରେ ମୋଟ ୧୧.୧୮ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିଲା। ଯେଉଁଥିରୁ ୧.୯୩ କୋଟିଟଙ୍କା ରିହାତି ପାଇଛନ୍ତି ଚାଷୀ। ମେଳାର ଶେଷଦିନରେ କୃଷି ଏବଂ ଆନୁଷଙ୍ଗିକ ବିଭାଗର ବହୁ ବିଶିଷ୍ଟବ୍ୟକ୍ତି ଯୋଗଦେଇଥିଲେ।
Recent Comments