ବାଲିଗୁଡା/୦୬/୦୧/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟକୁମାର ପାଣିଗ୍ରାହୀ) :କନ୍ଧମାଳଜିଲ୍ଲା ବାଲିଗୁଡାବ୍ଲକ ଅନ୍ତର୍ଗତସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ପରିବେଶ ବିଜ୍ଞାନମେଳା ପରିପୋଷଣୀୟ ଜୀବନ ଶୈଳୀ ବିଷୟବସ୍ତୁକୁ ଆଧାରକରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ଟି ବିଦ୍ୟାଳୟର ୩୩ ଶିକ୍ଷାର୍ଥୀ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ବର ମାଝି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଚାରକ ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ହିମାଂଶୁ ଚରଣସାହୁ,ବିଦ୍ୟୁତ ବିଭାଗର କନିଷ୍ଠଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁ, ତଥା ସିର୍ଲା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅସିତ କୁମାରସାହୁ ଯୋଗଦେଇଥିଲେ । ବ୍ଲକସ୍ତରରୁ ଶ୍ରେଷ୍ଠ ବିବେଚିତ ତିନୋଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ଉତ୍ସବରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ବର ମାଝିଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପିତ ଉତ୍ସବରେ ବନାଞ୍ଚଳ ଅଧୂକାରୀ ଡି.ସୁବାଶ ଚନ୍ଦ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ଅଧ୍ୟାପକ ହିମାଂଶୁ ଚରଣ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ପରିପୋଷ ଣୀୟ ଜୀବନଶୈଳୀ ଓ ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ପଦ୍ମଲୋଚନ ପଣ୍ଡା,ଶିକ୍ଷକ ରଜନୀ ସାହୁ,ଅମରେନ୍ଦ୍ର ପ୍ରଧାନ ତଥା ସିଆରସିସି ସରୋଜ କୁମାର ନାହାକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
Recent Comments