logo
add image
ପୁରୀ ଜିଲ୍ଲାରେ ଆମବସର ଯାଞ୍ଚ

ପୁରୀ ଜିଲ୍ଲାରେ ଆମବସର ଯାଞ୍ଚ

ପୁରୀ/୪/୧/୨୦୨୬/(ଆଧାର ମିଡ଼ିଆ)-ପରିବହନ ବିଭାଗ ପକ୍ଷରୁ ଆଜି ମାଳତୀ ପାଟପୁର ଛକ ଠାରେ ଆମ ବସ ଗୁଡିକ ର ଯାଞ୍ଚ କରାଯାଇଥିଲା।ଗାଡି ଗୁଡିକର କାଗଜପତ୍ର,ଡ୍ରାଇଭିଂ ଲାଇସେନ୍ସ,ଫିଟନେସ ଇତ୍ୟାଦି ଠିକଅଛି ନା ନାହିଁ।ଡ୍ରାଇଭିଂ ସମୟରେ ଡ୍ରାଇଭର ମାଦକଦ୍ରବ୍ଯ ସେବନ କରିଛନ୍ତି କିନାହିଁ ତାହାର ମଧ୍ୟ ଯାଞ୍ଚ କରାଯାଇଥିଲା।.ଗାଡି ଗୁଡିକର ସମସ୍ତ କାଗଜପତ୍ର ଠିକଥିବା ଓ କୌଣସି ଡ୍ରାଇଭର ମାଦକଦ୍ରବ୍ୟ ସେବନ କରି ନଥିବାର ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା ସୂଚନା ଦେଇଛନ୍ତି।ଇନିସପେକ୍ଟର ଏମଭିଆଇ ବିଭୂତି ରଞ୍ଜନ ନାୟକ ଓ ଜୁନିୟର ଏମଭିଆଇ ଦମୟନ୍ତୀ ମାହାଲି ଯାଞ୍ଚରେ ସାମିଲଥିଲେ।

Recent Comments

Leave Comments

Top