logo
add image
ନିର୍ଭୟରେ ସହର ମଧ୍ୟଦେଇ ବିଦ୍ୟୁତ୍ ତାରଛିଣ୍ଡାଇ ପାର୍ ହୋଇଛି ବିରାଟକଣ୍ଟେନର

ନିର୍ଭୟରେ ସହର ମଧ୍ୟଦେଇ ବିଦ୍ୟୁତ୍ ତାରଛିଣ୍ଡାଇ ପାର୍ ହୋଇଛି ବିରାଟକଣ୍ଟେନର

ବଲାଙ୍ଗିର/୨୨/୧୨/୨୦୨୫/(ଆଧାର ମିଡ଼ିଆ-ଶରତ ମହାକୁରଙ୍କ ରିପୋର୍ଟ)-ଆଜି ସୋମବାର ସକାଳେ ସ୍ପଷ୍ଟ ଦିବାଲୋକରେ ନିର୍ଭୟରେ ଏକ ବିରାଟ କଣ୍ଟେନର ସହର ମଧ୍ୟଦେଇ ପାରହୋଇଛି।ସହର ଭିତରଦେଇ ଯିବାସମୟରେ ବିଦ୍ୟୁତ୍ତାର ଗୁଡ଼ିକ ଛିଣ୍ଡି ଯାଇଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ।ଅନେକ ସମୟ ବିଦ୍ୟୁତ ସରବରାହ ବିଚ୍ଛିନ୍ନଥିବାରୁ ମେଡିକାଲରେ ଅସୁବିଧା ଦେଖାଦେଇଥିଲା।ସହର ଭିତରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା।ଶାନ୍ତସହର କିଛି ଘଣ୍ଟାପାଇଁ ଅଶାନ୍ତରେ ପରିଣତ ହୋଇଯାଇଥିଲା।ବଡ କଣ୍ଟେନର ଯୋଗୁଁ ରାସ୍ତା ଭିଡ ହୋଇଯାଇଥିଲା।କୌଣସି ଯାନବାହନ ଏହି କଣ୍ଟେନରକୁ ଅତିକ୍ରମକରି ଯାଇପାରୁ ନଥିଲେ।ଆମ୍ବୁଲାନ୍ସ ଏହି ଗାଡିକୁ ଅତିକ୍ରମ କରି ଯାଇ ନ ପାରିବାରୁ ଅନେକ ସମୟ ଅଟକି ରହିଥିଲା।ଏତେ ସମସ୍ୟାକୁ ନଜର ଅନ୍ଦାଜକରି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ କିଭଳି ଏହା ଉପରେ କୌଣସି ପଦକ୍ଷେପ ନେଲେ ନାହିଁ ବୋଲି ଚର୍ଚ୍ଚାହେଉଛି।କଣ୍ଟେନର ଆଗରେ ଏକ ଧଳାକାର ଏବଂ ପଛରେ ଏକ ଯେସିବି ଗାଡି ଯାଉଥିବା ଦେଖିବାକୁ ମିଳିଛି।ଏହି କଣ୍ଟେନର ଅନୁଗୋଳ ପର୍ଯ୍ୟନ୍ତ ଯିବ। ତେବେ ଏହି କଣ୍ଟେନର କାହା ଇସାରାରେ ବେଧଡକ ଦିନବେଳେ ସହର ଭିତରଦେଇ ଅତିକ୍ରମ କରୁଛି।ଜିଲ୍ଲାରେ ଥିବା ଚଳିତ ସରକାରର ପଦାଧିକାରୀ ମାନଙ୍କର ଦୟାରେ ଏହି ବିଶାଳ ମେସିନ ନିର୍ଭୟରେ ଯାଉଛି କି ବୋଲି ଲୋକେ ଚର୍ଚ୍ଚାକରନ୍ତି।ଯଦି ଏହାସତ ତେବେ ସାଙ୍ଘାତିକ।

Recent Comments

Leave Comments

Top