logo
add image
ଔଷଧୀୟ ବୃକ୍ଷଉଦ୍ୟାନ ଓ ସାମର୍ଥ୍ୟ ବିକାଶ କର୍ମଶାଳା ଉଦଘାଟିତ

ଔଷଧୀୟ ବୃକ୍ଷଉଦ୍ୟାନ ଓ ସାମର୍ଥ୍ୟ ବିକାଶ କର୍ମଶାଳା ଉଦଘାଟିତ

ନିମାପଡ଼ା/୧୯/୧୨/୨୦୨୫/(ଆଧାର ମିଡ଼ିଆ)-ନିମାପଡ଼ା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଓ ସେଣ୍ଟର ଫର ଏନଭିରନ ମେଣ୍ଟାଲ ଷ୍ଟ୍ ଡି ଜ୍, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ରଶ୍ମିରଂଜନ ପାଣି ଅତଥିମାନଙ୍କୁ ସ୍ଵାଗତ କରିବା ସହିତ, ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇ ଥିଲେ। ସାଂଗଠାନିକ ସମ୍ପାଦକ ଡ. ରମାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ,ପରବର୍ତ୍ତୀ ଆଭିମୁଖ୍ୟର ଆଲୋକପାତ କରିଥିଲେ। ମୁଖ୍ୟଅତିଥି, ମୁଖ୍ୟବକ୍ତା,ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ପ୍ରଫେସର୍ ଡ.କୁଞ୍ଜବିହାରୀ ଶତପଥୀ, ପ୍ରଫେସର ଡ.ଗୋପାଳ ଚନ୍ଦ୍ର ନନ୍ଦ, ଡ.ଆଶୀର୍ବାଦ ମହାପାତ୍ର ଔଷଧୀୟ ବୃକ୍ଷର ରୋପଣ,ରକ୍ଷଣାବେକ୍ଷଣ,ବ୍ୟବହାର ବିଷୟରେ ସମ୍ପୂର୍ଣ ତଥ୍ୟ ପ୍ରଦାନକରିବା ସହିତ ୫୦ ଜଣ ଛାତ୍ର ଛାତ୍ରୀଙ୍କୁ ଔଷଧୀୟ ବୃକ୍ଷର ଚାଷପ୍ରଣାଳୀ ବିଷୟରେ ନୂତନ ଉଦ୍ୟାନକୁ ଯାଇ ୪୨ ଟି ବିଭିନ୍ନ ପ୍ରଜାତିର ବୃକ୍ଷର ଗୁଣ ତଥା ମଧୁମେହ ନିବାରଣ ବୃକ୍ଷମାନଙ୍କ ଉପରେ ବିଶଦ ବ୍ୟାଖ୍ୟା କରିଥିଲେ, କାର୍ଯକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ସୁରେଶ କୁମାର ବେହେରା। ସୌମ୍ୟ କାନ୍ତ, ବଳରାମ, ଜଗନ୍ନାଥଙ୍କ ଭଳି ପ୍ରାୟ ୮୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

Recent Comments

Leave Comments

Top