logo
add image
ରାଧାଗୋବିନ୍ଦ ଜୁଏଲାରୀର ଲକିଡ୍ରରେ ୨ ଗ୍ରାହକ ଜିତିଲେ ସ୍କୁଟି

ରାଧାଗୋବିନ୍ଦ ଜୁଏଲାରୀର ଲକିଡ୍ରରେ ୨ ଗ୍ରାହକ ଜିତିଲେ ସ୍କୁଟି

କାକଟପୁର/୧୮/୧୨/୨୦୨୫/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)- କାକଟପୁର ମୁଖ୍ୟ ବଜାରର ଅଗ୍ରଣୀ ଜୁଏଲାରୀ ଦୋକାନ ରାଧାଗୋବିନ୍ଦ ଜୁଏଲାରୀର ଗତ ଦଶହରା ଓ ଦୀପାବଳୀରେ ଗ୍ରାହକ ମାନଙ୍କ ଆକର୍ଷଣ ପାଇଁ ଲକିଡ୍ର କୁପନ ଯୋଜନା ମାଧ୍ୟମରେ ୨ ଗୋଟି ସ୍କୁଟି ରଖିଥିଲେ l ଏହି ପ୍ରରିପେକ୍ଷୀରେ ଗତ ବୁଧବାର ଦିନ ସ୍ଥାନୀୟ ମୋତିମଣ୍ଡପ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଗ୍ରାହକଙ୍କ ଉପସ୍ଥିତିରେ ଲକି ଡ୍ର କରାଯାଇ ୨ ଜଣ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ କାକଟପୁର ଥାନାର ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ,କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ଉପସଭାପତି ତଥା ବରିଷ୍ଠ ସେବାୟତ ତୁଷାରରଞ୍ଜନ ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ,ମଙ୍ଗଳା କ୍ରିକେଟ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ,ରାଧାଗୋବିନ୍ଦ ଜୁଏ ଲାରୀର ସତ୍ୱାଧିକାରୀ ଶ୍ରୀଧର କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରଥମ ବିଜେତା ଭାବେ ବିଭୁତିପୁର ଗ୍ରାମର ତୋଫାନ ସାହୂ ପାଇଥିବା ବେଳେ ଅନ୍ୟଟି କଟକଣାର ସମିରା ବେଗମ  ଙ୍କର ଲଟ୍ରି ଉଠିଥିଲା ୨ ବିଜେତାଙ୍କୁ ଅତିଥି ମାନଙ୍କ ଦ୍ୱାରା ସ୍କୁଟିଚାବି ପ୍ରଦାନ କରିଥିଲେ l ଏହି ଲକିଡ୍ର କାର୍ଯ୍ୟକ୍ରମ ଚଳିତବର୍ଷ ଭଳି ପ୍ରତିବର୍ଷ ଚାଲିବାକୁ ଥିବାବେଳେ ରାଧାଗୋବିନ୍ଦ ଜୁଏଲାରୀ ଆଗାମୀ ଦିନରେ ଗ୍ରାହକ ମାନଙ୍କ ଆସ୍ତାଭାଜନ ହୋଇପାରିବ ବୋଲି ସତ୍ବାଧୀକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି l

Recent Comments

Leave Comments

Top