logo
add image
ବ୍ଲକସ୍ତରୀୟ ଇକୋମଡେଲ ପରିବେଶମେଳା ପ୍ରଦର୍ଶନୀ

ବ୍ଲକସ୍ତରୀୟ ଇକୋମଡେଲ ପରିବେଶମେଳା ପ୍ରଦର୍ଶନୀ

ବାଲିଗୁଡା/୧୮/୧୨/୨୦୨୫/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯକ୍ରମରେ ୧୩ଟି ବିଦ୍ୟାଳୟରୁ ୨୧ ଗୋଟି ପ୍ରକଳ୍ପ ସ୍ଥାନପାଇଥିଲା। ପ୍ରକଳ୍ପ ଗୁଡିକର ବିଚାରକ ଭାବେ ଫୁଲବାଣୀ ସ୍ଥିତ ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ବିଜ୍ଞାନଶିକ୍ଷକ ସନ୍ତୋଷ କୁମାର ରଥ, ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକରପଡାର ବିଜ୍ଞାନଶିକ୍ଷକ ପ୍ରଦୀପ କୁମାର ସାହୁ ଓ କାଟ୍ରିଙ୍ଗିଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନଶିକ୍ଷକ ଅଭୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଉଦ‌ଯାପନୀ ଉତ୍ସବରେ ଓଡିଶା ପରିବେଶ ସମିତି, ଭୁବନେଶ୍ବରର ବରିଷ୍ଠ ସଦସ୍ୟଗଣଙ୍କ ଉପସ୍ଥିତି ପରିବେଶ ମେଳାର ମାଧୁର୍ଯ୍ୟକୁ ବହୁଗୁଣିତ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପରିବେଶ ସମିତିର ସମ୍ପାଦକ ଇଂ.ମନୋରଞ୍ଜନ ମିଶ୍ର , ମୁଖ୍ୟ ବକ୍ତାଭାବେ ଇଂ.ବିମଳଚନ୍ଦ୍ର ଦାସ ଏବଂ ସମ୍ମାନିତ ଅତିଥି ଭାବେ ରମେଶଚନ୍ଦ୍ର ପଣ୍ଡା, ଶ୍ରୀମତୀ ମମତା ମିଶ୍ର, ଶ୍ରୀମତୀ ସରିତା ପଣ୍ଡା, ଡ଼.ସୁଜାତା ମିଶ୍ର,ଅଧ୍ୟାପିକା ସୁଜାତା ଗଡ଼ନାୟକ, ବିନୀତ ଗିରି ପ୍ରମୁଖ  ଯୋଗ ଦେଇଥିଲେ। ବରେଣ୍ୟ ଅତିଥି ଗଣ ଛାତ୍ର ଛାତ୍ରୀଙ୍କୁ ପରିବେଶ ସୁରକ୍ଷା,ପ୍ରକୃତି ସଂରକ୍ଷଣ ଓ ସ୍ଥାୟୀ ବିକାଶ ପାଇଁ ପ୍ଲାଷ୍ଟିକର ମିତବ୍ୟୟିତା ଉପରେ ଆଲୋକପାତ କରିଥିଲେ। ବ୍ଲକ ସ୍ତରୀୟ ପରିବେଶ ମେଳା ପ୍ରଦର୍ଶନୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟର ଯୋଗେଶ୍ବର ଦଣ୍ଡସେନା, ଦ୍ୱିତୀୟ ସ୍ଥାନରେ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଟସିଂର ଅଖ୍ଳେଶ ପାତ୍ର, ତୃତୀୟ ସ୍ଥାନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୁଡ଼ାଗୁଡ଼ାର ଆୟେସା ପ୍ରଧାନ କୃତିତ୍ୱ ଅର୍ଜନକରି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସେହିପରି ଓଡିଶା ପରିବେଶ ସମିତି ଦ୍ବାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବାମଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯକ୍ରମରେ ବିଦ୍ୟାଳୟର ଶିକ୍ଷକ ବେଣୁଧର ବେହେରା,ଦୀପକ କୁମାର କହଁର, ଦିବ୍ୟସିଂହ ପ୍ରଧାନ,ସାଗ୍ନିକା ସେଠି, ଅପର୍ଣ୍ଣା ନାୟକ ଓ ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Recent Comments

Leave Comments

Top