ରାୟଗଡା/୦୮/୦୫/୨୨/ (ନ୍ୟୁଜ-ଆଧାର ଓଡିଶା) ରାୟଗଡାରେ ରେଡ୍ କ୍ରସ ଶାଖାର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ଜିଲ୍ଲା ରକ୍ତଭଣ୍ଡାରରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚକିତ୍ସ। ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ,,ଅତିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭି.ଏଲ.ଏନ ରାଜୁ, ଡାକ୍ତର ମାଜିଦ,ଡାକ୍ତର ବରଦା କାନ୍ତ ମିଶ୍ର, ଜରୁରୀ କାଳିନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପ୍ରଧାନ,ଡିପିଏମ ରାଜେଶ ପଟନାୟକ ଆଦି ଉପସ୍ଥିତି ଥିଲେ l ଏହି ରକ୍ତଦାନ ଶିବିରରେ ମୋଟ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲl l ଶିବିରକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ ମିଶ୍ର ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଅଭାଵ ଦୂରକରିବା ଓ ରକ୍ତ ଅଭାବଯୋଗୁ ଯେପରି ଅସୁବିଧାରେ ନପଡନ୍ତି ସେଥି ନିମନ୍ତେ ନିୟମିତ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତସଂଗ୍ରହ କରିବାକୁ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l
Recent Comments