logo
add image
ବିଷପିଇ ଯୁବକମୃତ

ବିଷପିଇ ଯୁବକମୃତ

ସିନାପାଲି/ନୂଆପଡା/ ୭/୫/୨୨ (ନ୍ୟୁଜ- ଆଧାର ଓଡିଶା ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି  ଗ୍ରାମର ଶୋଭା ଭୋଇ (୫୦) ନାମକ ବ୍ୟକ୍ତି ବିଷ ପିଇ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି। ଆଜି ସଖାଳ ସମୟ ୧୦ ଟାରେ ଶ୍ରୀ ଭୋଇ ଅତ୍ୟଧିକ ମଦ୍ୟ  ପାନ କରିଥିବାରୁ  ପରିବାର ଲୋକଙ୍କ ମନରେ ଅଶାନ୍ତି ହୋଇ ପାଟିତୁଣ୍ଡ ହୋଇଥିଲା .ଏବଂ ନିଜର ଭାରସାମ୍ୟ ହରାଇ ଶ୍ରୀଭୋଇ ବିଷ ପିଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ. ଏହା ଜାଣିବା ପରେ ପରିବାର ଲୋକେ ତୁରନ୍ତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ.ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ତାନାନ୍ତରୀତ କରିବାର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁକ୍ଷ୍ୟ ଚିକିତ୍ସାଳୟକୁ  ନେଉ ଥିବାବେଳେ ବୋଡେ଼ନ ବ୍ଲକ ବିନପୁର ଗାଁ ନିକଟରେ ଶ୍ରୀ ଭୋଇଙ୍କ ଅବସ୍ଥା ଆହୁରି ଗୁରୁତ୍ତର ହେବାରୁ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ. ଏବଂ ଚିକିତ୍ସା ଆରମ୍ଭ ବେଳେ ଡାକ୍ତର ଶ୍ରୀଭୋଇ ଙ୍କୁ ମ୍ରୁତ୍ୟୁ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପରିବାର ପକ୍ଷରୁ ବୋଡେ଼ନ ଥାନାରେ ଅଭିଯୋଗ କରିବା ପରେ ବୋଡେ଼ନ ଥାନାରୁ ସିନାପାଲି ଥାନାକୁ ଖବର କରାଯାଇଥିଲା। ସିନାପାଲି ଥାନା ଏଏସଆଇ କେଶବ ମାଝି ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ତଦନ୍ତ କରି ଶବକୁ ବ୍ୟବଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଥିଲେ । ଏନେଇ ସିନାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା କେସ ନମ୍ୱର ୬/୨୦୨୨ ରେ  ରୁଜୁ କରିଥିବା ତଦନ୍ତ ଚଲାଇଥିବା ସୁଚନା ମିଲିଛି l

                                                 ( ରିପୋର୍ଟ- ହେରମ୍ବ ମେହେର ସିନାପାଲି ) 

Recent Comments

Leave Comments

Top