ବୌଦ୍ଧ/୩୦/୦୪/୨୦୨୨ /ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରାଧାନଗର ପଂଚାୟତର ଗାନ୍ଧିଗ୍ରାମରେ ଅବସ୍ଥିତ ସୋଲାର ପ୍ଲାଣ୍ଟ ଆଦିତ୍ୟ ବିର୍ଲା ଗ୍ରୁପ୍ ର ମ୍ୟାନେଜର ସାଗ୍ରୀ ମହାକୁର ଏବଂ ତାଙ୍କର ଧର୍ମପତ୍ନୀ ରଜନୀ ମହାକୁର ନିଆର ଭାବରେ ପାଳନ କରିଛନ୍ତି ତାଙ୍କର ପ୍ରଥମ ବିବାହ ବାର୍ଷିକ। ସେ ନିଜର ପ୍ରଥମ ଵିବାହ ବାର୍ଷିକି ଉତ୍ସବ ଉପଲକ୍ଷେ ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟର ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରିଛନ୍ତି । ଏହି ରକ୍ତଦାନ ଶିବିରରେ ସୋଲାର ପ୍ଲାଣ୍ଟ ଆଦିତ୍ୟ ବିର୍ଲା ଗ୍ରୁପ୍ ର ୨୦ଜଣ ସଦସ୍ୟ ଉପସ୍ଥିତ ରହି ରକ୍ତଦାନ କରିଥିଲେ। ଏହି ଶିବିରକୁ ଆଦିତ୍ୟ ବିର୍ଲା ଗୃପର ପ୍ଲାଣ୍ଟ ମ୍ୟାନେଜର ଶ୍ରୀ ମହାକୁର, ଇଞ୍ଜିନିୟର ତପନ ଦାସ ,ସାଇଡ୍ ଇନଚାର୍ଚ ପ୍ରିତମ ମହାପାତ୍ର ,ସୁଶାନ୍ତ ସେଠୀ ,ରିଣ୍ଟୁ ହୋତା ,ସତ୍ୟଜିତ ଆଚାର୍ଯ୍ୟ ,ସତ୍ୟବ୍ରତ ପଣ୍ଡା,ସଞ୍ଜୟ ମେଣ୍ଡିଲି,ସଞ୍ଜୟ ହାତୀ ,ପ୍ରମିଜ୍ ବେହେରା, ଅନିରୁଦ୍ଧ ନନ୍ଦି, ରୋହିତ କଅଁର,ମଣ୍ଟୁ ଦୀପ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ( ରିପୋର୍ଟ-ଧବଳେଶ୍ଵର ମହାପାତ୍ର)
Recent Comments