logo
add image
 ବୌଦ୍ଧରେ ବିଶ୍ଵ ମେଲେରିଆ ଦିବସପାଳିତ ।

ବୌଦ୍ଧରେ ବିଶ୍ଵ ମେଲେରିଆ ଦିବସପାଳିତ ।

ବୌଦ୍ଧ/25/04/2022/ (ଆଧାର ନ୍ୟୁଜ) ଆଜି ବୌଦ୍ଧ ଜିଲ୍ଲାର ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଅଛି. ଏହି ଦିବସ ପାଳନ ଉପଲକ୍ଷେ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ମ୍ୟାଲେରିଆ ଦିବସର ସଚେତନତା ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ କରାଯାଇଥିଲା. ଏହି କାର୍ଯ୍ୟକ୍ରମଟି ମକୁନ୍ଦପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଅନୁପମା ସାହୁଙ୍କ ତତ୍ୱାବଧାନରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସୁଜାତାରାଣୀ ଭୋକ୍ତା, ଆଶା ଦିଦି ଶ୍ରୀମତୀ ସୁଦେଷ୍ନା ନାଏକ, ଅଙ୍ଗନବାଡି କର୍ମୀ ଶ୍ରୀମତୀ ଭାଗ୍ୟବତୀ ରାଉତଙ୍କ ଦ୍ୱାରା ସଂଗଠିତ କରାଯାଇଥିଲା. ଏହି ପଦଯାତ୍ରା ପରେ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା. ଏଥିରେ ଚରଦା ଗ୍ରାମର ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଆଦି ଉପସ୍ଥିତ ଥିଲେ.ଏହି କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମବାସୀ ମାନଙ୍କୁ ମ୍ୟାଲେରିଆ ରୋଗର କାରଣ, ଏହାର ଲକ୍ଷଣ, ଚିକତ୍ସା ଏବଂ ନିରାକରଣ ଏବଂ କିପରି ବିଭିନ୍ନ ଅଭିନଵ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା ସେ ବିଷୟରେ ଅବଗତ କରାଯାଇଥିଲା. (ରିପୋର୍ଟ-ଧବଳେଶ୍ଵର ମହାପାତ୍ର)

Recent Comments

Leave Comments

Top