logo
add image
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ।

ସୁବର୍ଣ୍ଣପୁର/୨୫/0୪/୨୨/  (ଆଧାର ଓଡିଶା) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ବିଶ୍ବ ରଞ୍ଜନ ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଅଦ୍ୟ ସଭାରେ ଡା.ରମେଶ ଚନ୍ଦ୍ର ସ୍ୱାଇଁ-ଡି ପି ଏଚ ଓ ,ଡା ମଞ୍ଜୁରାଣୀ ସିଂ,ଏ ଡି ପି ଏଚ ଓ, ଏଫ ଡବ୍ଲୁ /ଭି ବି ଡି , ଡ଼ା ପଦ୍ମହଂସା ଡୋରା- ଏ ଡି ପି ଏଚ ଓ, ଟି ବି /ଲେପ୍ରା ,ଡା ତ୍ରିବିକ୍ରମ୍ ପାଣ୍ଡିଆ -ସ୍ୱାସ୍ଥ୍ୟ ଅଧିକାରୀ, ମେଣ୍ଟାଲ ହେଲଥ, ବିସ୍ଵମ୍ବର ବେହେରା-ଡି ପି ଏମ, ଅଶ୍ୱିନୀ କୁମାର ଭୋଇ, ଡି ଆଇ ପି ଆର ଓ, ସୁବର୍ଣ୍ଣପୁର ପ୍ରମୁଖ ମଞ୍ଚାସୀନ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏପିଡେ ମୀଲୋଜିଷ୍ଟ, ଡ଼ା ମାଝୀ,ଭି ବି ଡି ପରାମର୍ଶ ଦାତା ଚନ୍ଦ୍ରଶେଖର୍ ମିଶ୍ର, ସରୋଜ୍ କୁମର୍ ପଣ୍ଡା -ଡି ଏ ଏମ ପ୍ରୋଗ୍ରାମ ମ୍ୟାନେଜେର, ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।ସଭାରେ ଅତିଥିମାନେ ଜିଲ୍ଲାରେ ମ୍ୟାଲେରିଆ ପାଦ୍ରୁଭାବ କମୁଥିବାରୁ ଖିସି ବ୍ୟକ୍ତ କରିଥିଲେ ଓ ମାତ୍ର  ଆମକୁ ଆହୁରି ଏକାଗ୍ରତାର ସହିତ ପରିଶ୍ରମ କରିବାକୁ ପଡିବ ଯେମିତି ଏହା ପୁଣିଥରେ ଭୟଙ୍କର ପରିସ୍ଥିତି ସୃଷ୍ଟି ନକରିବ ଓ ସମସ୍ତେ ଅଭିନଵ ଉପାୟ ଅବଲମ୍ବନ ପୂର୍ବକ ମ୍ୟାଲେରିଆ ଦମନ ଉପରେ ଗୁରୁତ୍ୱାରୋପ କରିଥିଲେ। ଭି ବି ଡି ପରାମର୍ଶଦାତା ଶ୍ରୀ ମିଶ୍ର ପ୍ରୋଜେକ୍ଟର ମାଧ୍ୟମରେ ମ୍ୟାଲେରିଆର ସ୍ଥିତି ଉପରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।ଦିବସର ଉଦ୍ୟେଶ ଉପରେ ଗୁରୁତ୍ଵାରୋପ କରି ବ୍ୟକ୍ତି ଠାରୁ ଆରମ୍ଭ କରି ସାରା ଭାରତକୁ କିପରି ମ୍ୟାଲେରିଆ ମୁକ୍ତ କରାଯାଇ ପାରିବ ତଥା ବ୍ୟକ୍ତି ବିଶେଷ ନିଜେ ନିଜର ସୁରକ୍ଷା ତଥା ନିଜର ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ଯତ୍ନବାନ ହେବେ ଓ ଏକ ମ୍ୟାଲେରିଆ ମୁକ୍ତ ଭାରତ କରିପାରିବା ସେ ଉପରେ ପ୍ରତ୍ୟେକ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି  ଉପରେ ମତ ବ୍ୟକ୍ତ କରିଥିଲେ ଆଜି ସଭାର ସହାପତି ତଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପତି। ମ୍ୟାଲେରିଆର ଦମନ ଉପରେ ଜନ ସଚେତନତା ନିମନ୍ତେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ସଭାକାର୍ଯ୍ୟ ରେ ଅଶ୍ୱିନୀ ଦୀପ ଓ ଅର୍ଜୁନ ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିଲେ  ଓ ଶ୍ରୀ ପ୍ରମୋଦ କୁମାର ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ।( ରିପୋର୍ଟ-ଯୁଧିଷ୍ଠିର ସାହୁ)

Recent Comments

Leave Comments

Top