logo
add image
 କଲ୍ୟାଣସିଂହ ପୁରରେ ବ୍ଲକସ୍ତରୀୟ ସ୍ବାସ୍ଥ୍ୟଶିବିର ଅନୁଷ୍ଠିତ

କଲ୍ୟାଣସିଂହ ପୁରରେ ବ୍ଲକସ୍ତରୀୟ ସ୍ବାସ୍ଥ୍ୟଶିବିର ଅନୁଷ୍ଠିତ

କଲ୍ୟାଣସିଂହପୁର/ରାୟଗଡା/23/04/2022/ (ଆଧାର ନ୍ୟୁଜ)  ଆଜାଦି କା ଅମୃତ ମାହୋସ୍ଛବ ଅବସରରେ ଆୟୁଷ୍ମାନ ଭାରତ ଯୋଜନାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ପୁରୁଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି  ।ଏଥିରେ  ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଅମ୍ବ୍ରିତା କାଡ୍ରାକା  ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ ।ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା,ସରପଞ୍ଚ ଗୌତମ ବାର୍ଲି,କୋରାପୁଟ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବ୍ଲକ ପ୍ରକଳ୍ପ ପରିଚାଳକ କଳ୍ପତରୁ  ବେହେରା ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ବି. ଏଲ. ଏନ. ରାଜୁ,ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ନଳିନୀ ବୈରାଗୀ  ମଞ୍ଚାସୀନ ରହିଥିଲେ । ସ୍ୱାସ୍ଥ୍ୟ ମେଳାରେ ୨୫୦ ଜଣ ରୋଗୀଙ୍କୁ ମାଗଣାରେ ଡାକ୍ତର ପରାମର୍ଶ, ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଛି । ସ୍ବୟଂ ସହାୟକ ଗୋଷ୍ଠି, ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ସ୍ୱଚ୍ଛଭାରତ, ଯୋଗଶିକ୍ଷା, କୋଭିଡ ସେଣ୍ଟର ସମେତ ମୋଟ ୧୩ଟି ଷ୍ଟଲ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବିପିଏମ କୈଳାସ ନାୟକ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ସମସ୍ତ ଆଶା, ଅଙ୍ଗନବାଡି କର୍ମୀ, ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।   ( ରିପୋର୍ଟର-ପ୍ରଶାନ୍ତ କୁମାର ନାହାକ)
                                   

Recent Comments

Leave Comments

Top