logo
add image
ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚର ବନ୍ଧୁମିଳନ

ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚର ବନ୍ଧୁମିଳନ

ବଲାଙ୍ଗି/୩୧/୦୧/୨୦୨୫/ (ଆଧାର ମିଡ଼ିଆ)-ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମପାହାଡ ଠାରେ ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୫ ବର୍ଷପରେ ସମସ୍ତବନ୍ଧୁ ଏକତ୍ରିତ ହୋଇ ଭାବବିହ୍ୱଳ ହୋଇପଡିଥିଲେ । ୪୫ ବର୍ଷ ତଳର ସେହି ଛାତ୍ରଭଳି ସମସ୍ତଙ୍କୁ ବ୍ୟବହାର ପ୍ରଦର୍ଶନ ଆମୋଦ ଜନକ ଥିଲା । ମଧୁସୁଦନ ନାୟକଙ୍କ ସ୍ନେହ-ଶ୍ରଦ୍ଧା ମିଶ୍ରିତ କୃତ୍ରିମ ଗାଳିବର୍ଷଣ ସମସ୍ତଙ୍କୁ ପୁଲକିତ କରିଥିଲା । ଗିରିଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ଭାବବିନିମୟ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଚର ଦିବଂଗତ ହୋଇଥିବା ସାଥି ଚାରୁଚନ୍ଦ୍ର ଦିପ, କବିରାଜ ସୁନା, ଉତ୍ତର ଧରୁଆ, ରଙ୍ଗାଧର ପୁଟେଲ, ପଂଚାନନ ପଧାନ, ରାୟଚନ ରାଏ ଓ ପ୍ରଫୁଲ୍ଲ କୁମାର ବକ୍ସିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସମସ୍ତେ ଭାବ ବିନିମୟ କରିଥିଲେ ।
୪୫ ବର୍ଷ ଭିତରେ ନିଜ ଜିବନର ଅନୁଭୁତି, ହର୍ଷ-ଆନନ୍ଦ, ଦୁଃଖ ସୁଖ, ସମାଜରେ ନିଜର ତଥା ନିଜେ ଭିଆଇଥିବା ପରିବାରର ସ୍ଥିତି ଜଣ ଜଣ କରି ବଖାଣିଥିଲେ ।ଆଜି ଆମେ ଶିଶୁ ସୁଲଭ ହୋଇଯାଇଛୁଁ ବୋଲି ଡ. ଶଶିଭୂଷଣ ସାହୁ ମତ ରଖିଥିବା ବେଳେ ମଧୁସୁଦନ ନାୟକ କହିଥିଲେ ଯଦି ବି କେବେ କାହା ସହିତ ଦେଖା ହେଉଛି ଭାବ ବିନିମୟ ପାଇଁ ତାହା ଯଥେଷ୍ଟ ନୁହେଁ । ନିଜ ନିଜ ସ୍ଥିତିରେ ସମାଜରେ ଯିଏ ଯାହା ହିସାବରେ ପ୍ରତିଷ୍ଠିତ । ଆମେ ବୟସ୍କ ହୋଇଗଲେଣି । ସମାଜରେ ଆଜିଭଳି କୁଭାଷା-ସୁଭାଷା ପ୍ରୟୋଗ କରି ଖୋଳାଭାବ ବିନିମୟର ସୁଯୋଗ ଆମପାଇଁ ଆଉନାହିଁ । ଖୋଲା ମନରେ ଭାବ ବିନିମୟ କରି ଆମୋଦିତ ହେବାର ସୁଯୋଗ ବାଲ୍ୟବନ୍ଧୁମାନଙ୍କ ସହିତ ଏଭଳି କାର୍ଯ୍ୟକ୍ରମରେ ହିଁ ହୋଇଥାଏ । ତେଣୁ ଆମେ ବଂଚିଥିବା ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମକୁ ଜାରି ରଖିବା ।ହୃଷିକେଶ ଚିନ୍ଦା ମତ ରଖିଥିଲେ ଯେ ଏଣୁ ଏଣିକି ଯାହାଘରେ ବି ବିବାହ ବ୍ରତଠୁ ଆରମ୍ଭ କରି ମୃତାହ କାର୍ଯ୍ୟ ପର୍ଯ୍ୟନ୍ତ ସବୁ ସାମାଜିକ କାର୍ଯ୍ୟାନୁଷ୍ଠାନରେ ଆମେ ଏକତ୍ରିତ ହୋଇ ଯୋଗଦେବା ଓ ଦୁଃଖ ସୁଖରେ ମଧ୍ୟ ଛିଡାହେବା । ସେହି ସମୟରେ ଆମକୁ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ମଧ୍ୟରୁ ଜଗଦାନନ୍ଦ ଛୁରିଆ, ସତ୍ୟନାରାୟଣ ମିଶ୍ର ଓ ନରସିଂହ ଦଣ୍ଡସେନା କେବଳ ଜିବିତ ଅଛନ୍ତି । ସେମାନଙ୍କୁ ଡାକି ଆଗାମୀ ମାର୍ଚ୍ଚ ୬ ତାରିଖରେ ଗୁରୁପୂଜନ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା ।

Recent Comments

Leave Comments

Top