logo
add image
 ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ  ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୧୦୦ ୟୁନିଟ ରକ୍ତ ସଂଗ୍ରହ

ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୧୦୦ ୟୁନିଟ ରକ୍ତ ସଂଗ୍ରହ

ଗୁଣପୁର/ରାୟଗଡା/ ୨୧/୪/୨୨/ (ଆଧାର ଓଡିଶା )  ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵ ବିଦ୍ୟାଳୟ ପରିସରରେ  ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ମୋଟ  ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି  ଜେ ରାଓ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ପ୍ରଫେସର ଡ଼ଃ ସଞ୍ଜୟ କୁମାର କୁଅଁର, ଡ଼ଃ ସୁବାସିସ ଦାସ,ରଞ୍ଜିତ ପାଣିଗ୍ରାହୀ, ଭି ଗଣେଶ,ରବୀନ୍ଦ୍ର ମିଶ୍ର,ରଞ୍ଜିତ ରାଉତ,ଡାକ୍ତର  ଏସ .ଏ ସ ପାଢ଼ୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉଛାହିତ କରିଥିଲେ। ଜାତୀୟ ସେବା ଯୋଜନାର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ ,କାର୍ଯ୍ୟକ୍ରମ ଅଧିକାରୀ ତାପସ ଛୁଆଲସିଂ,ରଶ୍ମି ପ୍ରଭା ମହାରଣା, କୃଷ୍ଣ ପ୍ରସାଦ ଦାସ,ଜସିଲ ପଟ୍ଟନାୟକ,ସୁନୀଲ ବେବର୍ତ ପ୍ରମୁଖ ଶିବରକୁ  ପରିଚାଳନା କରିଥିଲେ ।ରକ୍ତ ଭଣ୍ଡାରର ଡାକ୍ତର ଲକ୍ଷଣ ପତ୍ର, ଟେକ୍ନିସୀୟାନ ସୁରୁଚି ରାଣୀ ପତ୍ର ,ରାକେଶ କୁମାର ପଣ୍ଡା  ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Recent Comments

Leave Comments

Top