ରାୟଗଡା/୧୭/୦୪/୨୨/ (ଆଧାର ଓଡିଶା) ରାୟଗଡା ଜିଲ୍ଲା ସଦର ମହକୁମା ସ୍ଥିତ ସାଇପ୍ରିୟା ନଗର କଲୋନୀରେ ଅବସ୍ଥାପିତ ସାଇ ପ୍ରିୟା ୱାକର୍ସ କ୍ଳବ ତରଫରୁ NVR ସ୍କୁଲରେ ଏକ ମେଗା ହେଲଥ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ରୋଗୀଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାର ବ୍ୟବସ୍ଥା କରାଯାଇଛି। ଏଥିରେ ହେମୋଗ୍ଲୋବିନ, ସୁଗର, ବି ପି, ଆଖି, କାନ, ନାକ, ଦାନ୍ତ ଭଳି ଗୁରୁତର ଅଙ୍ଗ ଗୁଡିକର ପରୀକ୍ଷା କରିବା ପାଇଁ ପୃଥକ ପୃଥକ ଭାବେ ଡାକ୍ତର ନିୟୋଜିତ କରାଯାଇଥିଲା । ୨୦୨୦ ରୁ ସୁବାଷ ବେହେରା ଙ୍କ ଦାଇତ୍ୱ ମିଳିଲା ପରେ ଅତି ବେଗରେ କାର୍ଯ୍ୟକାରୀ ହେଇଥିବା ଅଭିମନ୍ୟୁ ନାୟକ କହିଛନ୍ତି। ଚାଲିବା ସୁସ୍ଥ ଓ ଆରୋଗ୍ୟ ରହିବା ସୁଗର ଲେବଲକୁ ସନ୍ତୁଳିତ କରି ଆରୋଗ୍ୟ ରହିବା ପାଇଁ ଏକ ପ୍ରୟାସ ଅଟେ । ଚାଲୁ ଚାଲୁ କେବେ କ୍ଳବରେ ପରିଣତ ହେଇଯାଇଛି ଓ ବହୁତ ବଡ଼ନ୍ୟତା ରହିଥିବା ବ୍ୟକ୍ତି ମାନେ ଯୋଗ ହେଇ ଚାଲିଛନ୍ତି । ଏହିଭଳି ଓଡ଼ିଶାରେ ଶତାଧିକ କ୍ଳବ ରହିଛନ୍ତି।ସମସ୍ତେ ଏକ୍ଟିଭ ନଥିଲେବି ୩୦ରୁ ଅଧିକ କ୍ଳବ ଗୁଡିକ ଜନମଙ୍ଗଳ କାର୍ଯ୍ୟ ମାନ କରିଆସୁଛନ୍ତି। ଏହି କ୍ଳବର ସଦସ୍ୟ ମାନେ ନିଜେ ଚାଲିବ ସହ ଅନ୍ୟକୁ ଚାଲିବା ଶିଖାଉଛି। ତତ୍ ସଂଗେ ସଂଗେ ଅନେକ ଜନ ହିତକର କାମ ପାଇଁ ଆର୍ଥିକ ସହଯୋଗ କରୁଥିବା ଯୋଗ ଦେଇଥିବା ଅତିଥି ଅଭିମନ୍ୟୁ ନାୟକ କହିଛନ୍ତି। ଏହି ଅର୍ଥ କେଉଁଠାରୁ ଆସୁଛି ବୋଲି ପଚରିବାରୁ ସେ କହିଥିଲେ କି ଏଥିରେ ମେମ୍ବର ହେବାପାଇଁ କିଛି ପ୍ରବେଶ ଶୁଳ୍କ ଦେବାକୁ ପଡିଥାଏ, ସେହିଭଳି ବିଭିନ ପ୍ରକାରର ସଦସ୍ୟତା ଶୁଳ୍କ ରହିଛି ତେଣୁ ସେହି ପଇସା ଗୁଡିକ ଏକ ବ୍ୟାଙ୍କ ଖାତା କରି ଗଛିତ କରାଯାଇଛି. କୋଟି ଆକାରରେ ଆସି ପହଂଚିଲାଣି। ଏହାକୁ ଖର୍ଚ୍ଚ କରିବାକୁ କମିଟି ଜରିଆରେ ନିଷ୍ପତି ନେଇ ସର୍ବ ମଙ୍ଗଳ କାମରେ ଲଗାହେଉଛି। ଆଗାମୀ ଦିନରେ ଏକ ପାନୀୟ ଜଳ ବିଶୋଧନ ଓ ରାୟଗଡା କ୍ଳବରେ ଜଗାଯିବ ବୋଲି ପ୍ରକାଶ କରିଛନ୍ତି। ଆୟୋଜିତ ଏହି ମେଗା ହେଲଥ କ୍ୟାମ୍ପରେ ୧୨୦ ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ୪୦ ଜଣ ସ୍ୱାସ୍ଥ୍ୟ କାର୍ଡ କରାଇଥିଲେ। ଏହିଭଳି କ୍ୟାମ୍ପ ପ୍ରତି ମାସର ତୃତୀୟ ରବିବାର ଦିନ ଆୟୋଜିତ କରାଯିବ ବୋଲି କ୍ଳବର ସଭାପତି ସୁବାଷ ବେହେରା କହିଛନ୍ତି। ଏହି କ୍ୟାମ୍ପ ପାଇଁ ଜିଲାର ବହୁ ଖ୍ୟାତନାମା ଡାକ୍ତର ଓ ବିଶେଷଜ୍ଞ ମାନେ ସଂଯୋଯୋଗ କରିବାସହ ସମାଜସେବୀ ମହିଳା ଗୌରୀ ଦେବୀଙ୍କ ଭଳି ଅନେକ ସମାଜ ସେବୀ ମାନେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ମାନଙ୍କ ବ୍ୟତୀତ କ୍ଳବର ପ୍ରବୀଣ ପଣ୍ଡା, ସଞ୍ଜୟ ପାଣିଗ୍ରାହୀ, ସମ୍ବମୂର୍ତି, କେ କ୍ରିଷ୍ଣରଓ, ଟି ଏନ ରାଓ, କେ କ୍ରାନ୍ତୀ, କେ ସେନାପତି, ଅଭେଦିତ ଦାସ, ଅନିତା ବେହେରା, ଡାକ୍ତର ସୁରେଶ କୁମାର, ଡାକ୍ତର ଟି ବଦନ ଚନ୍ଦ୍ର,ଡା କେ ନବୀନ, ଡା ମମାଲି ଚୌଧୁରୀ ଓ ଅନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ। (ରିପୋର୍ଟ-ସହଦେଵ ସାହୁ)
Recent Comments