ବାଲିଗୁଡା/କନ୍ଧମାଳ/୧୭/୦୪/୨୦୨୨/ (ଆଧାର ନ୍ୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଛତିଘର ଗାଁର ସାଲୁଙ୍କି ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିଲେ ।ପାଖରେ ଥିବା ଲୋକେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟିକାବାଲି ଡାକ୍ତରଖାନା ନିଆଯାଇଥିବା ବେଳେ ଉଭୟଙ୍କୁ ଟିକାବାଲି ମେଡିକାଲ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତ୍ୟୁ ବରଣ କରିଥିବା ଭାଇ ଭଉଣୀ ଛତିଘର ଗ୍ରାମର ଯୁଧିଷ୍ଠିର ଦେହୁରୀଙ୍କ ପୁଅ ସତ୍ୟଜିତ ଦେହୁରୀ(୫) ହୋଇଥିବା ବେଳେ ଝିଅ ଯାଜ୍ଞସେନି ଦେହୁରୀ(୪) ହୋଇଥିବା ଜଣାପଡ଼ିଛି ।
Recent Comments