logo
add image
ମନମୁଣ୍ଡାର ଶୈବପୀଠ ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ପକ୍ଷରୁ ମେଗା ସଫେଇ ଅଭିଯାନ

ମନମୁଣ୍ଡାର ଶୈବପୀଠ ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ପକ୍ଷରୁ ମେଗା ସଫେଇ ଅଭିଯାନ

ସୁବର୍ଣ୍ଣପୁର/୧୭/୦୪/୨୦୨୨/ ( ଆଧାର ଓଡିଶା)  ଆଜି ମନମୁଣ୍ଡାର ଶୈବପୀଠ, ଦଧିବାମନ ମନ୍ଦିର ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ଏକ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା l ଶୈବପୀଠ ଓ ଶ୍ରୀ ଦଧିବାମନ ମନ୍ଦିର ସଫେଇ ପରେ ମନମୁଣ୍ଡାର ଡେ଼ଲିମାର୍କେଟ ଓ ଦଧିବାମନ  ମହାପ୍ରଭୁଙ୍କ ଶମ୍ଭୁଖରେ ଜମିଥିବା ଦୀର୍ଘ ମାସର ପଚା ଷଢା ଅଳିଆ ଆବର୍ଜନା ସବୁକୁ ସ୍ୱେଚ୍ଛାସେବୀ ମାନେ ସଫାକରି ମାର୍କେଟ ବ୍ୟବସାୟୀ ଓ ପାଖ ପଡୋଶୀ ଲୋକଙ୍କୁ  ପରିବେଶ ସ୍ୱଚ୍ଛ ରହିଲେ ସମସ୍ତେ ସୁସ୍ଥ ରହିବା ବୋଲି ସଚେତନ କରାଇଥିଲେ lଏବଂ ଖୋଦ ଜଗନ୍ନାଥ ମହାପ୍ରଭୁଙ୍କ ଶମ୍ବୁଖରେ ଗଦା ଗଦା ଅଳିଆ ଆବର୍ଜନା  ଓ ଅସ୍ୱାସ୍ଥ୍ୟକର ପରିବେଶକୁ ଦେଖି ସମସ୍ତ ସ୍ବେଛାସେବୀ ଆଶ୍ଚର୍ଯ୍ୟ ଓ ବିସ୍ମିତ ପ୍ରକାଶ କରି ଥିଲେ l ସ୍ପର୍ଟରୁ ଫୋନ ଯୋଗାଯୋଗ ହୋଇ ପାରି ନଥିବାରୁ ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳି ପାରି ନଥିଲା l ସ୍ଥାନୀୟ ବୁଦ୍ଧିଜୀବୀ ତଥା ସମାଜ ପ୍ରତିନିଧି  ବୈଦ୍ୟନାଥ ହୋତା ଙ୍କୁ ସ୍ୱେଚ୍ଛାସେବୀ ମାନେ ଏ ବିଷୟ ଜଣାଇ ପଂଚାୟତ ମାଧ୍ୟମରେ ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଥିଲେ l ଯେଉଁ ବୌଦ୍ଧ ଜ଼ିଲ୍ଲାକୁ ଅଗ୍ରଣୀ ଜ଼ିଲ୍ଲାଭାବେ ଗଢିବାରେ ଜ଼ିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ଦୀର୍ଘ ବର୍ଷରୁ ଅନେକ ସୃଜନାତ୍ମକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଏବଂ ମନମୁଣ୍ଡା ପଞ୍ଚାୟତକୁ  ବ୍ଲକ ଗଠନ ଲାଗି ଦୀର୍ଘ ବର୍ଷର ଦାବୀ ତାହା ମଧ୍ୟ ସ୍ୱାଗତ ଯୋଗ୍ୟ ଅଟେ l ହେଲେ ଏଠି ପ୍ରଶ୍ନ ଉଠେ ଯେ ସୁବର୍ଣ୍ଣପୁର ଓ ବୌଦ୍ଧ ଉଭୟ ଜ଼ିଲ୍ଲାର ମୁଖଶାଳା ଭାବେ ପରିଚିତ ଏହି ମନମୁଣ୍ଡାର ଚାରି ପାଖକୁ ଚାକ ଚକ୍ୟ କରିବାକୁ ରାଜ୍ୟ ସରକାର ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିବା ଏହି ସହରର ଭିତର ଅବସ୍ଥା ଵା ଦୃଶ୍ୟ ବାସ୍ତବରେ କିଛି ଅଲଗା l ମନମୁଣ୍ଡା ସହରକୁ ଓ ଜ଼ିଲ୍ଲାକୁ ସୁନ୍ଦର ଓ ସମୃଦ୍ଧଶୀଳ କରିବାକୁ ଆଗେ ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ହେବ l ଆଉ ଏଥିପାଇଁ ପବ୍ଲିକ, ପ୍ରଶାସନ, ଓ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗ ଜରୁରୀ l ସ୍ୱଚ୍ଛ ଭାରତର ସଭାପତି ଲଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶ କ୍ରମେ ସଂଘର ଅନ୍ୟତମ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମଙ୍କ ତତ୍ୱାବଧାନ ଓ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଗରିବ ଲୋଇ, ବୃନ୍ଦାବନ ରଥ, ଅନନ୍ତରାମ ପାଣିଗ୍ରାହୀ, ଇନ୍ଦୁମତୀ ପୁରୋହିତ, ଗଣେଶ ମିଶ୍ର, ପ୍ରମୋଦ କୁମାର ସାହୁ, ତରଣୀ ମେହେର, ଜୟନ୍ତୀ ରଥ, ମନୋଜ ପଣ୍ଡା, ପ୍ରଫୁଲ୍ଲ ନାଏକ, ସିମାଞ୍ଚଳ ହୋତା, ଚୌଧୀରି ବିଭlର, ନାରାୟଣ ରଥ, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଅମର ଭୁତ, ଡା. ସରୋଜ ପଟେଲ, ସୁଶାନ୍ତ ସାହୁ,ଆନନ୍ଦ ସାହୁ, କ୍ରିଷ୍ଣା ମେହେର, ମିସ ସଂଗୀତା,ପ୍ରମୁଖ ସହଯୋଗ କରିଥିଲେ l  (ରିପୋର୍ଟ-ଯୁଧିଷ୍ଠିର ସାହୁ)

Recent Comments

Leave Comments

Top