ସୁବର୍ଣ୍ଣପୁର/ ଆଜି ସକାଳ ୬ ଘଣ୍ଟା ସମୟରେ ସୁବର୍ଣ୍ଣପୁର ସ୍ମାର୍ଟ ଫରେଷ୍ଟ ପାର୍କଠାରେ ଏକ ମାଗଣା ଯୋଗ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରାଯାଇଛି l ସ୍ୱଚ୍ଛଭାରତ ସଂଗଠନ,ପୌର ପରିଷଦ ଓ ପତଞ୍ଜଳି ଯୋଗ ସମିତିର ମିଳିତ ସହଯୋଗରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମକୁ ସୋନପୁର ଉପ -ଜ଼ିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଶୁଭ ଉଦଘାଟନ କରି ଯୋଗାଭ୍ୟାସ ଦ୍ୱାରା ମଣିଷ ସୁସ୍ଥ ରହିବା ସହିତ ଆମେ ଏକ ସୁସ୍ଥସମାଜ ଗଠନକରି ପାରିଵା ବୋଲି ମତରଖି ମହତ ଲକ୍ଷ୍ୟନେଇ ଆୟୋଜିତ ଆଜିର ଏହିଶିବିର ବିଭିନ୍ନ ବର୍ଗର ଲୋକଙ୍କୁ ଓ ସଂସ୍ଥାକୁ ସଂଗଠିତ କରି ପାରିଛି ବୋଲି ଆୟୋଜକଙ୍କୁ ପ୍ରଶଂସା କରି ଶିବିରର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଅନ୍ୟ ତମ ଅତିଥି ପ୍ରାକ୍ତନ ପୋୖରାଧ୍ୟକ୍ଷ୍ୟ ପ୍ରକାଶ ସାହୁ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଯୋଗଦେଇ ସଂଗଠନର ଏହି ମହତ କାର୍ଯ୍ୟକ୍ରମକୁ ସବୁଦିନ ଜାରି ରଖିଵା ପାଇଁ ସମସ୍ତ ସହାୟତା ପ୍ରଦାନ କରିବାକୁ ମତ ରଖିଥିଲେ lସ୍ୱଚ୍ଛ ଭାରତ ସଂଗଠନ ସମେତ କଲେଜ ଏନ ସି ସି ଲେଫ୍ଟନାଣ୍ଟ ଆଶିଷ ଅଗ୍ରୱାଲl ଓ ସମସ୍ତ କ୍ୟାଡେଟ, ଆର ଏସ ଏସ, ଭୀମଭୋଇ ସେବା ଟ୍ରଷ୍ଟ, ଓ ପାର୍କର ମର୍ନିଙ୍ଗ ୱାକର ଅନେକ ଶତାଧିକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ଓ ଡା, ଆଭାସ ବାବୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆୟୋଜକ,ପ୍ରଶିକ୍ଷକ, ଓ ଉପସ୍ଥିତ ଛାତ୍ର ଛାତ୍ରୀ,ବୁଦ୍ଧିଜୀବୀ, ସ୍ୱଚ୍ଛ ସାଥିଙ୍କୁ ଉତ୍ସାହିତ କରି ଏହାକୁ ଜାରି ରଖିବାପାଇଁ କହିଥିଲେ l ଏବଂ କୁଷ୍ଠ ରୋଗୀଙ୍କୁ ଆଜୀବନ ସମସ୍ତ ସେବା ଯୋଗାଇ ଆସୁଥିବା ସ୍ୱଚ୍ଛ ଭାରତର ବରିଷ୍ଠସଭ୍ୟ ତଥା କୁଷ୍ଠସାଥି ବୃନ୍ଦାବନ ରଥଙ୍କୁ ସମ୍ବର୍ଦ୍ଧିତ କରି କୁଷ୍ଠସାଥି ଶ୍ରୀ ରଥଙ୍କୁ କୃଷ୍ଣ ଭଗବାନଙ୍କ ସାଥି ବୋଲି ଏଡିଏମ ଶ୍ରୀ ଦାଶ ପ୍ରଶଂସାକରି ତାଙ୍କ ଦୀର୍ଘାୟୁ କାମନା କରିଥିଲେ l ଆଜିର ଏହି ଯୋଗ ଶିବିରକୁ ପତଞ୍ଜଳି ଯୋଗ ସମିତି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ପରିଚାଳନା କରିଥିବା ବେଳେ ଉଦ୍ଘାଟନୀ ଓ ଉଦଯାପନୀ ସଭାକୁ ସ୍ୱଚ୍ଛଭାରତ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ l ଅତିଥି ମାନଙ୍କୁ ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ, ଉପଦେଷ୍ଟା ଗରିବ ଲୋଇ ଓ ସଭ୍ୟ ନାରାୟଣ ରଥ ଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଆଜି ର ଏହି କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟ ଙ୍କୁ ଅତିଥି ଙ୍କ ଦ୍ୱାରା ସ୍ୱଚ୍ଛ ଭାରତର ନୁଆଁ ପରିଚୟ କାର୍ଡ ପ୍ରଦାନ କରାଯାଇଥିଲା l ସଭା ଶେଷରେ ସ୍ୱଚ୍ଛଭାରତର ଅନ୍ୟତମ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ କିଛି ବାର୍ତ୍ତା ରଖି ଧନ୍ୟବାଦ ଅର୍ପଣ କରିଥିଲେ l ଏନ ସି ସି ଲ୍ୟାଫ୍ଟନାଣ୍ଟ ଆଶିଷ ଆଗ୍ରୱାଲା, ସ୍ୱଚ୍ଛ ସାଥି ହରି ଚୌଧୀରି, ଏଡ଼ଭୋକେଟ ରଶ୍ମି ରଞ୍ଜନ ଦାଶ ଓ ସ୍ୱଚ୍ଛ ଭାରତର ସମସ୍ତସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l (ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments