ସୁବର୍ଣ୍ଣପୁର/୧୩/0୪/୨୨/ ( ଆଧାର ନ୍ୟୁଜ) ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଚିକିତ୍ସାଳୟ ସଭାକକ୍ଷ ଠାରେ ସ୍ଵଛତା ପକ୍ଷ୍ ପାଳନ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା.ବିଶ୍ବ ରଞ୍ଜନ ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଡା.ପ୍ରଦୀପ କୁମାର ଗୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଅଧିକ୍ଷକ ହସ୍ପିଟାଲ ମେନେଜର୍ ଦେବସ୍ମିତା ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନେ ସ୍ଵଛତାପକ୍ଷ ପାଳନ ୨0୨୨ ବର୍ଷର ଉପରେ ଗୁରୁତ୍ଵାରୋପ କରି ବ୍ୟକ୍ତିଠାରୁ ଆରମ୍ଭ କରି ସାରା ବିସ୍ଵକୁ କିପରି ସୁସ୍ଥରଖି ପାରିବା ତଥା ବ୍ୟକ୍ତି ବିଶେଷ ନିଜେ ନିଜର ସ୍ଵଛତା ତଥା ନିଜର ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିବା ସହିତ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତାର ବାର୍ତ୍ତାନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତବ୍ୟକ୍ତ କରିଥିଲେ।
ଏହି ଉପଲକ୍ଷେ ଏକ ରଙ୍ଗୋଲି ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିଜେତା ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା।
ଶ୍ରୀ ପ୍ରମୋଦ କୁମାର ସାହୁ, ଏନ ଆର ସି, ପରାମର୍ଶ ଦାତା ଡି ଏଚ ଏଚ, ସୁବର୍ଣ୍ଣପୁର ଓ ଗୀତାଞ୍ଜଳି ମେହେର ସଚେତନତା ସଭାର ସଫଲତା ପାଇଁ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଲନା କରିଥିଲେ ଓ ଶ୍ରୀ ଅବିନାଶ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। (ରିପୋର୍ଟ-ଯୁଧିଷ୍ଠିର ସାହୁ )
Recent Comments